ହକି ବିଶ୍ବକପ୍‌ : ଆର୍ଜେଣ୍ଟିନା ଟିମ୍‌ରେ ଅଛନ୍ତି ସବୁଠୁ ବୟସ୍କ ଖେଳାଳି ଜୁଆନ ମାନୁଏଲ ଭିଭାଲଡ଼ି, ଜାଣନ୍ତୁ କେଉଁ ଟିମ୍‌ରେ ଅଛନ୍ତି ସବୁଠୁ ୟଙ୍ଗ ଖେଳାଳି

Published By : Prameya-News7 Bureau | November 26, 2018 IST

ଭୁବନେଶ୍ୱର ୨୬/୧୧ : ହକି ଖେଳ ପାଇଁ ଆବଶ୍ୟକ ପାୱାରଫୁଲ୍ଏନର୍ଜୀ ସାଙ୍ଗକୁ ଷ୍ଟାମିନା ୟଙ୍ଗ ଖେଳାଳିଙ୍କ ପାଖେ ଷ୍ଟାମିନା ରହୁଥିବାରୁ ପ୍ରତ୍ୟେକ ଟିମ୍ ବୟସକୁ ଗୁରୁତ୍ବ ଦିଏ ହକି ବିଶ୍ବକପ୍ପାଇଁ ସବୁ ଦଳରେ ରହିଛନ୍ତି ଏମିତି କିଛି ଖେଳାଳି ଯେଉଁମାନେ ବୟସକୁ ଖାତିର କରନ୍ତି ନାହିଁ ଦେଖିବା କେଉଁ ଟିମ୍ ରେ କେତେ ୟଙ୍ଗ ଥାର୍ଟି ପ୍ଲସ ଖେଳାଳି ଅଛନ୍ତି ହକି ବିଶ୍ବକପ୍‌ ପାଇଁ ଆସିଥିବା ଚୀନ ଟିମ୍‌ରେ ଅଛନ୍ତି ସବୁଠୁ ୟଙ୍ଗ ଖେଳାଳି । ଏହି ଟିମ୍ ରେ ୨୮ ବର୍ଷରୁ ଅଧିକ ବୟସ୍କ ଖେଳାଳି ନାହାନ୍ତି । ଆଉ ସବୁଠୁ ୟଙ୍ଗ ପ୍ଲେୟାର ହେଉଛନ୍ତି ମେଙ୍ଗ ନାନ୍ । ଯାହାଙ୍କ ବୟସ ୧୯ ବର୍ଷ । ଡ଼ୁ ତାଲାକେ ସବୁଠୁ ବୟସ୍କ ଖେଳାଳି । ତାଙ୍କ ବୟସ ୨୮ ବର୍ଷ । ତେବେ ଆର୍ଜେଣ୍ଟିନା ଟିମ୍‌ରେ ଅଛନ୍ତି ସବୁଠୁ ବୟସ୍କ ଖେଳାଳି । ଏହି ଟିମ୍ ରେ ୭ ଜଣ ଖେଳାଳି ଙ୍କ ବୟସ ୩୦ ବର୍ଷରୁ ଅଧିକ । ଟୁର୍ଣ୍ଣାମେଣ୍ଟରେ ସବୁଠୁ ବୟସ୍କ ଖେଳାଳି ଭାବେ ଜୁଆନ ମାନୁଏଲ ଭିଭାଲଡ଼ି ଅଛନ୍ତି ।  ଜୁଆନଙ୍କ ବୟସ ୩୯ ବର୍ଷ  ଓ ସେ ଟିମ୍‌ର ଗୋଲ୍‌କିପର । ୨୪୬ ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ଜୁଆନ୍ । ସ୍ପେନ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଟିମ୍‌ରେ ବି ଅଛନ୍ତି କିଛି ବୟସ୍କ ଖେଳାଳି । ସ୍ପେନ ଟିମ୍‌ରେ ୫ ଜଣ ଖେଳାଳିଙ୍କ  ବୟସ ୩୦ ବର୍ଷରୁ ଅଧିକ । ଗୋଲ୍‌ କିପର କୁଇକୋ କାରତୋଷଙ୍କୁ ୩୫ ବର୍ଷ ହୋଇଥିବା ବେଳେ ସେ ପୂରା ଫିଟ୍ ଆଣ୍ଡ ଫାଇନ୍‌ । ଦକ୍ଷିଣ ଆଫ୍ରିକାରେ ବି ଅଛନ୍ତି ୫ ଜଣ  ୩୦ ବର୍ଷରୁ ଅଧିକ ବୟସର ଖେଳାଳି । ଜୁଲିଆନ୍ ହାଇକ୍ସଙ୍କୁ ୩୬ ବର୍ଷ ହୋଇଥିବା ବେଳେ ସେ ୧୨୬ ଟି ମ୍ୟାଚ୍ ଖେଳି ସାରିଛନ୍ତି । ଡ଼ିଫେଂଡ଼ିଙ୍ଗ ଚାମ୍ପିଅନ ଅଷ୍ଟ୍ରେଲିଆ ଟିମ୍‌ର କ୍ୟାପଟେନ୍ ୩୧ ବର୍ଷୀୟ ଆଣ୍ଟ୍ରିୟୁ ଚାର୍ଟର ବୟସ୍କ ଖେଳାଳି । ୨୮ ବର୍ଷ ପରେ ବିଶ୍ବ କପ୍ ଖେଳିବାକୁ ସୁଯୋଗ ମିଳିଥିବା ଫ୍ରାନ୍ସ ଟିମ୍‌ର ସବୁଠୁ ୟଙ୍ଗ ଖେଳାଳୀ ହେଲେ ଟିମୋଥୀ କ୍ଲେମେଣ୍ଟ । ଯାହାଙ୍କ ବୟସ ମାତ୍ର ୧୮ ବର୍ଷ । ଟୂର୍ଣାମେଣ୍ଟର ସବୁଠୁ ୟଙ୍ଗେଷ୍ଟ ଖେଳାଳୀ ହେଉଛନ୍ତି ଟିମୋଥୀ । ସେ ମାତ୍ର ୬ ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଆୟୋଜକ ଭାରତ ଟିମ୍‌ରେ ଗୋଲକିପର ପି.ଆର ଶ୍ରୀଜେଶଙ୍କୁ ୩୦ ବର୍ଷ  ହୋଇଥିବା ବେଳେ ଦିଲପ୍ରୀତଙ୍କୁ ମାତ୍ର ୧୯ ବର୍ଷ । ଶ୍ରୀଜେଶ ଭାରତର ସବୁଠୁ ସନିୟର ଖେଳାଳି ଭାବେ ୨୦୪ ଟି ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । ଦିଲପ୍ରୀତ ଖେଳିଛନ୍ତି ୩୬ ଟି ମ୍ୟାଚ୍ । ବେଲଜିୟମର ଆର୍ଥର ଡ଼ି ସ୍ଲେ।ଭେରଙ୍କ ବୟସ ୨୧ ବର୍ଷ । ଆୟାର୍ଲାଣ୍ଡର ୨୧ ବର୍ଷୀୟ ଖେଳାଳୀ ମାଥ୍ୟୁ ଉଏଲସନ, ଇଂଲଣ୍ଡର ଜ୍ୟାକ୍ ୱାଲସେଙ୍କ ବୟସ ୧୯ ବର୍ଷ । ନେଦରଲ୍ୟାଣ୍ଡସର ଥିଜସ ଭାନଡ଼ାମଙ୍କୁ ୨୦ ବର୍ଷ । ପାକିସ୍ତାନର ଇମାମ ବଟ୍ଟଙ୍କୁ ୩୦ ବର୍ଷ ହୋଇଥିବା ବେଳେ ମହମଦ ଅଲ୍ଲିଙ୍କୁ ୨୧ ବର୍ଷ ବୟସ । ତେବେ ବୟସ ନୁହେଁ ଏକତା, ଅଭିଜ୍ଞତା,ରଣକୌଶଳ ଓ ପଜିଟିଭ୍ ଥିଙ୍ଗିଙ୍ଗ ରଖୁଥିବା ଟିମ୍ ହି ବିଶ୍ବବିଜୟୀ ହୋଇପାରିବ ।….. [caption id="attachment_59026" align="alignnone" width="461"] Thijs Van Dam, Netherlands (Photo by Simon Cooper/PA Images via Getty Images)[/caption]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.