ହକି ବିଶ୍ବ କପ୍ : ଆଜିଠୁ କ୍ରସ୍ ଓଭର ମୁକାବିଲା, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ-ଚୀନ୍ ଟକ୍କର

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର ୧୦|୧୨:  ହକି ବିଶ୍ବ କପର ସରିଲା ଲିଗ୍ ପର୍ଯ୍ୟାୟ । ଏଥର କ୍ରସ୍ ଓଭର ମୁକାବିଲା। ଆଜି ପ୍ରଥମ ମ୍ୟାଚରେ ପ୍ରଥମ କ୍ରସ୍ ଓଭର ମ୍ୟାଚରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ସେହିପରି ଦ୍ବିତୀୟ କ୍ରସ୍ ଓଭର ମ୍ୟାଚରେ ଫ୍ରାନ୍ସ ଓ ଚୀନ୍ ମଧ୍ୟରେ ଟକ୍କର ହେବ । ଯେଉଁ ଟିମ୍ ଜିତିବ ସିଏ କ୍ବାର୍ଟର ଫାଇନାଲକୁ ଯିବ ଆଉ ହାରିବା ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ । ବିଶ୍ବକପ୍ ହକିରେ ଭାଗ ନେଇଥିବା ମୋଟ୍ ୧୬ଟି ଟିମ୍ ମଧ୍ୟରୁ ୪ଟି ଟିମ୍ ଅଭିଯାନ ଶେଷ ହୋଇଥିବା ବେଳେ ବାକି ୧୨ଟି ଟିମ୍ ଏବେବି ରେସ୍ ରେ ଅଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଯାଉଛି ନକ୍ ଆଉଟ୍ ପର୍ଯ୍ୟାୟ । କ୍ରସ୍ ଓଭର ରାଉଣ୍ଡରେ ୪ଟି ମ୍ୟାଚ୍ ଖେଳାଯିବ । ପ୍ରଥମ କ୍ରସ୍ ଓଭର ମ୍ୟାଚ୍ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଦ୍ବିତୀୟ କ୍ରସ୍ ଓଭର ମ୍ୟାଚ୍ ରେ ଫ୍ରାନ୍ସ ଓ ଚୀନ୍ ମଧ୍ୟରେ ଟକ୍କର ହେବ । ଉଭୟ ଫ୍ରାନ୍ସ ଓ ଚୀନ୍ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁର୍ବଳ ଟିମ୍ ହୋଇଥିଲେ ମଧ୍ୟ ସେମାନଙ୍କ ମ୍ୟାଚ୍ ର  ବିଜେତା କ୍ବାର୍ଟର ଫାଇନାଲ ଖେଳିବ । ମଙ୍ଗଳବାର ତୃତୀୟ କ୍ରସ୍ ଓଭର ମ୍ୟାଚ୍ ରେ ବେଲଜିୟମ-ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ଚତୁର୍ଥ କ୍ରସ୍ ଓଭର ମ୍ୟାଚ୍ ରେ ନେଦରଲ୍ୟାଣ୍ଡ-କାନାଡା ମୁକାବିଲା ହେବ । ପୂର୍ବରୁ ୪ଟି ପୁଲ୍ ଚମ୍ପିୟନ ଭାବେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଭାରତ ଓ ଜର୍ମାନୀ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିସାରିଛନ୍ତି । ୪ଟି କ୍ରସ୍ ଓଭର ମ୍ୟାଚ୍ ର ବିଜେତାଙ୍କ ସହିତ ଏମାନଙ୍କର ମୁକାବିଲା ହେବ। ଭାରତ ପୁଲ୍-ସିର ଚାମ୍ପିୟନ ହୋଇଥିବା ବେଳେ କ୍ବାର୍ଟର ଫାଇନାଲରେ ଆସନ୍ତା ୧୩ ତାରିଖରେ ନେଦରଲ୍ୟାଣ୍ଡ କିମ୍ବା କାନାଡା ମଧ୍ୟରୁ ଗୋଟିଏ ଟିମ୍ କୁ ଭେଟିବ । ଚାରିଟି ଯାକ ପୁଲ୍ ର ଶେଷ ସ୍ଥାନରେ ଥିବା ସ୍ପେନ୍, ଆୟାର୍ଲାଣ୍ଡ, ସାଉଥ୍ ଆଫ୍ରିକା ଓ ମାଲେସିଆ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.