ଭୁବନେଶ୍ୱର ୧୬/୧୨ : ହକି ବିଶ୍ବକପରେ ବ୍ରୋ଼ଞ୍ଜ ପଦକ ପାଇଁ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହୋଇଥିଲା ମୁକାବିଲା। ମ୍ୟାଚରେ ଅଷ୍ଟ୍ରେଲିଆ ଆଧିପତ୍ୟ ଜାହିର କରିଥିଲା। ଇଂଲଣ୍ଡକୁ ୮-୧ଗୋଲରେ ମାତ୍ ଦେଇଛି ଅଷ୍ଚ୍ରେଲିଆ। ଅଷ୍ଚ୍ରେଲିଆ ପକ୍ଷରୁ ବ୍ଲେକ ଗୋଭର୍ସ ୮ ମିନିଟରେ ଗୋଲ ଦେଇ ଦଳକୁ ମ୍ୟାଚରେ ଆଗୁଆ କରିଥିଲେ। ପରେ ଗୋଟିକ ପରେ ଗୋଟଏ ଗୋଲ ବର୍ଷା କରିଥିଲା ଅଷ୍ଟ୍ରେଲିଆ। ଅଷ୍ଚ୍ରେଲିଆ ପକ୍ଷରୁ କ୍ରେଗ୍ ଟମ୍ ତିନିଟି ଗୋଲ କରିଥିବାବେଳେ ଜେରେମି ହେୱାର୍ଡ ଦୁଇଟି, ବ୍ଲେକ ଗୋଭର୍ସ, ଟ୍ରେଣ୍ଟ ମିଟ୍ଟନଓ ଟିମ୍ ବ୍ରାଣ୍ଡ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ବାରି ମିଡିଲଟନ ଗୋଟିଏ ଗୋଲ ଦେଇଥିଲେ।
{"id":64379}ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...