ହକି ବିଶ୍ବକପ୍ ୨୦୦୮ : ଆଜି ସ୍ପେନ୍-ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର

Published By : Prameya-News7 Bureau | December 03, 2018 IST

ଭୁବନେଶ୍ବର ୦୩|୧୨: ହକି ବିଶ୍ବକପରେ ଆଜି ପୁଲ୍-ଏରେ ଖେଳାଯିବ ଦୁଇଟି ମ୍ୟାଚ। ସ୍ପେନ୍-ଫ୍ରାନ୍ସ, ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର। ଗ୍ରୁପ ଟପ୍ପର ଆର୍ଜେଣ୍ଟିନା ଆଜିର ମ୍ୟାଚକୁ ଜିତି ସିଧା କ୍ବାର୍ଟର ଫାଇନାଲ ପାଇଁ ସ୍ଥାନ ପକ୍କା କରିବାକୁ ମଇଦାନକୁ ଓହ୍ଲାଇବ । ସେପେଟ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବା ପାଇଁ ସ୍ପେନ୍-ଫ୍ରାନ୍ସ ପାଇଁ କର ବା ମର ସ୍ଥିତି। ହକି ବିଶ୍ବକପର ରୋମାଞ୍ଚ ଏବେ ସମସ୍ତଙ୍କୁ  କଲାଣି ମତୁଆଲା। ପୁଲ୍-ସିରେ ଭାରତ-ବେଲଜିୟମ, କାନାଡା-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦୁଇଟି ସଂଘର୍ଷପୂର୍ଣ୍ଣ ମ୍ୟାଚ ପରେ ଏବେ ହକିପ୍ରେମୀଙ୍କ  ନଜର ପୁଲ୍-ଏରେ ଖେଳାଯିବାକୁ ଦୁଇଟି ମ୍ୟାଚ ଉପରେ।  ପୁଲ୍-ଏ ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସ୍ପେନ-ଫ୍ରାନ୍ସ ଓ  ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଉଭୟ ଦଳ ଜୋରଦାର ଲଢେଇ କରିବା ସତ୍ତ୍ବେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ନଭେମ୍ବର ୨୯ରେ ଖେଳାଯାଇଥିବା ମ୍ୟାଚରେ ସ୍ପେନକୁ ଆର୍ଜେଣ୍ଟିନା ୪-୩ରେ ହରାଇଥିବାବେଳେ ଫ୍ରାନ୍ସକୁ ୨-୧ଗୋଲରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ। ତେଣୁ ଉଭୟ ଦଳ ପାଇଁ ଆଜି କର ବା ମର ମ୍ୟାଚ୍। ପଏଣ୍ଟ ତାଲିକାର ଶେଷ  ଦୁଇଟି ସ୍ଥାନରେ ରହିଥିବା ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାପାଇଁ ଆଜିର ମ୍ୟାଚରୁ ପୂରା ପଏଣ୍ଟ ହାସଲ କରିବାକୁ ଚେଷ୍ଟା କରିବେ। ସେପଟେ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ପତିଆରା ପାଇଁ ହେବ ଲଢେଇ। ଯେଉଁ ଦଳ ଜିତିବ ତାକୁ ସିଧାସଳକ କ୍ବାର୍ଟର ଫାଇନାଲ ପାଇଁ ମିଳିବ ଟିକେଟ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.