ହକି ବିଶ୍ବକପ୍ : ଆଜି ଭାରତ-କାନାଡା ମଧ୍ୟରେ ଟକ୍କର, ସାଉଥ ଆଫ୍ରିକାକୁ ଭେଟିବ ବେଲଜିୟମ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୦୮|୧୨:  ଆଜି ଭାରତର ଅଛି କଡା ମୁକାବିଲା । ହକି ବିଶ୍ବକପରେ ଭାରତ ସିଧାସଳଖକ୍ବାର୍ଟର ଖେଳିବ କି କ୍ରସ୍ ଓଭର ଖେଳିବ ତାହା ସ୍ଥିର ହେବ । ଆଜି ଭାରତ କନଡାକୁ ଭେଟିବାକୁ ଥିବାବେଳେ ବେଲଜିୟମ ଭେଟିବ ସାଉଥ ଆଫ୍ରିକାକୁ । ଭାରତ ଓ ବେଲଜିୟମ୍ ୪ ପଏଣ୍ଟ ଲେଖାଏଁ ପାଇ ପୁଲରେ ପ୍ରଥମଓ ଦ୍ବିତୀୟ ସ୍ଥାନରେ ଥିବାରୁ ଏହା ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । 

ଭାରତ ସିଧା କ୍ବାର୍ଟର ଫାଇନାଲ୍ଖେଳିବ ନା କ୍ରସ୍ ଓଭର । ପୁଲ୍-ସିରେ ଥିବା ଭାରତର କାଲି ରହିଛି କାନାଡା ସହ ଶେଷ ଲିଗ୍ ମ୍ୟାଚ୍ ।ଭାରତର ପରବର୍ତ୍ତୀ ସ୍ଥିତି ଉପରେ ନିର୍ଭର କରୁଛି ଏହି ମ୍ୟାଚ୍ର ଫଳାଫଳ । ଭାରତୀୟ ଟିମ୍ ଜୋରଦାରଅଭ୍ୟାସ କରୁଥିବା ବେଳେ କିଛି ବିପର୍ଯ୍ୟଟ ଘଟାଇବା ପାଇଁ କାନଡା ଟିମ୍ ବି ଜାରି ରଖିଛି ଅଭ୍ୟାସ ।ଆୟୋଜକ ଟିମ୍କୁ ରୋକିବାକୁ ପଡିଆକୁ ସ୍ବତନ୍ତ୍ର ରଣନୀତି ସହ କାନଡା ଓହ୍ଲାଇବ । ଭାରତୀୟ ଟିମ ପୂରାଫିଟ୍ ରହିଥିବା ଦଳ ପାଇଁ ପ୍ଳସ୍ ପଏଣ୍ଟ । ଦଳକୁ ପେନାଲଟି କର୍ଣ୍ଣର ସହ ଆଟାକ କରିବା ପାଇଁ ଯେଉଁସୁଯୋଗ ମିଳିବ ତାର ପୂରା ଫାଇଦା ଉଠାଇ ପାରିଲେ ମ୍ୟାଚ୍ ହାତେଇବା କଷ୍ଟ ହେବ ନାହିଁ । ତେବେ ଅଧିନାୟକମନପ୍ରିତ ସିଂ, ଯୁବ ଖେଳାଳିଙ୍କ ଆଗ୍ରେସିଭନେସ୍ ଓ ଅଭିଜ୍ଞ ପ୍ଲେୟାରଙ୍କ ଅନୁଭୂତି ଉପରେ ହିଁ ସବୁକିଛି ନିର୍ଭର କରୁଛି । ତେବେ କାନଡା ଅପେକ୍ଷା ଭାରତ ଅଧିକ ପ୍ରେସରରେ ରହିବ ବୋଲି କାନଡା ଟିମ୍ କୋଚ୍କହିଛନ୍ତି ।

{"id":61896}

ତେବେ ଭାରତ କାନାଡା ବିପକ୍ଷମ୍ୟାଚ୍ ଭଲ ବ୍ୟବଧାନରେ ଜିତିଲେ ଡାଇରେକ୍ଟ କ୍ବାଟର ଖେଳିପାରିବ । କାରଣ ଭାରତ ଓ ବେଲଜିୟମ୍ ଦୁଇଟିମ୍ୟାଚ୍ରୁ ୪ ପଏଣ୍ଟ ଲେଖାଏଁ ପାଇଥିବା ବେଳେ କାନଡା ଓ ଦକ୍ଷିଣ ଅଫ୍ରିକା ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ କାନଡାକୁ ହରାଇଲେ ଭାରତର ପଏଣ୍ଟ ୭ ହେବ । ଆଉ ଯଦି କାନାଡା ଠାରୁ ହାରି ଯିବ ତେବେ ପୋଜିସନ୍କଣ ରହିବ ତାହା ମ୍ୟାଚ୍ ଶେଷରେ ଜଣା ପଡିବ । ସେହିଭଳି ବେଲଜିୟମ୍ ଯଦି ଦକ୍ଷିଣ ଆଫ୍ରିକା ଠାରୁ ଜିତେତେବେ ୭ ପଏଣ୍ଟ ପାଇବ ଏବଂ ହାରିଲେ ସେ ବି ୪ ପଏଣ୍ଟରେ ରହିବ । ସେଥି ମଧ୍ୟରୁ କେଉଁ ଟିମ୍ ଡାଇରେକ୍ଟକ୍ବାଟର ଖେଳିବ ଏବଂ କେଉଁ ଟିମ୍ କ୍ରସ ଓଭର ଖେଳିବ ତାହା ଗୋଲ୍ ବ୍ୟବଧାନ ଅନୁସାରେ ସ୍ଥିର ହେବ ।ତେଣୁ ଭାରତୀୟ ଖେଳାଳିଙ୍କ ପାଇଁ ସିଧା କ୍ବାର୍ଟରରେ ପହଞ୍ଚିବା ପାଇଁ ଏହି ମ୍ୟାଚ ଗରୁତ୍ବପୂର୍ଣ୍ଣ।  ବାଇଟ୍- ମନପ୍ରିତ ସିଂହ , କ୍ୟାପଟେନ୍, ଭାରତୀୟହକି ଟିମ୍

ପୂର୍ବରୁ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆଓ ଜର୍ମାନୀ କ୍ବାର୍ଟର ଖେଳିବାକୁ ସ୍ଥିର ହୋଇ ସାରିଛି । ତେଣୁ ପୁଲ୍ ସି ର କେଉଁ ଟିମ୍ ଡାଇରେକ୍ଟକ୍ବାଟର ଖେଳିବ ଏବଂ କେଉଁ ଟିମ୍ ବିଦା ହେବ ତାହା କାଲିର ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.