ହକି ବିଶ୍ବକପ୍ ୨୦୧୮ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡଙ୍କୁ ଭେଟିବ ଚୀନ୍

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୦୪|୧୨: ଆଜି ହକି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯିବ । ପୁଲ୍ ବି ର ଏହି ମ୍ୟାଚରେ ଦୁଇଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ । ଏବଂ ଆୟର୍ଲାଣ୍ଡଙ୍କୁ ଭେଟିବ ଚୀନ । ଗତ ଶୁକ୍ରବାର ପୁଲ୍ ବି ର ପ୍ରଥମ ଦିନରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । କିନ୍ତୁ ଅନ୍ୟ ମୁକାବିଲାରେ ଇଂଲଣ୍ଡ ଏବଂ ଚୀନ ଚମତ୍କାର ଭାବେ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲେ । ଚତୁର୍ଥର ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିବା ଅଷ୍ଟ୍ରେଲିଆକୁ ସିଧାସଳଖ କ୍ବାର୍ଟର ଫାଇନାଲକୁ ଯିବାକୁ ହେଲେ ଆଜିର ମ୍ୟାଚ ଜିତିବାକୁ ପଡିବ । ଅନ୍ୟପଟେ ପ୍ରଥମ ମ୍ୟାଚରେ ଚମତ୍କାର ଖେଳି ଇଂଲଣ୍ଡକୁ ଚକ୍ ମା ଦେଇଥିବା ଚୀନ ଆତ୍ମବିଶ୍ବାସ ଏବେ ବଢିଯାଇଛି । ଆୟର୍ଲାଣ୍ଡକୁ ହରାଇ କ୍ରସ ଓଭର ସୁଯୋଗ ହାତେଇବା ଲକ୍ଷ୍ୟରେ ରହିଛି ଏହି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.