ହକି ବିଶ୍ବକପ୍ : ଆଜି ଅଷ୍ଟ୍ରେଲିଆ-ଚାଇନା ଏବଂ ଆୟରର୍ଲାଣ୍ଡ-ଇଂଲଣ୍ଡ ମଧ୍ୟରେ ମୁକାବିଲା

Published By : Prameya-News7 Bureau | December 07, 2018 IST

ଭୁବନେଶ୍ବର ୦୭|୧୨: ଆଜି ବିଶ୍ବକପ୍ ହକି ପୁଲ-ବି ର ୨ ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖୋଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଚାଇନାକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚ୍ ରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ଏହି ଦୁଇ ମ୍ୟାଚ୍ ର ଫଳାଫଳ ଉପରେ କେଉଁ ୨ଟି ଦଳ କ୍ରସ ଓଭର ମ୍ୟାଚ୍ ଖେଳିବେ ତାହା ସ୍ପଷ୍ଟ ହେବ । ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚ୍ ଜିତି ୬ ପଏଣ୍ଟ ହାସଲ କରିବା ସହ ପୁଲ ବି ଶୀର୍ଷ ସ୍ଥାନରେ ରହିଛି । ବିଶ୍ବକପ୍ ର ପ୍ରଥମ ଦଳ ଭାବେ କ୍ବାର୍ଟର ଫାଇନାଲ ଟିକଟେ ହାସଲ କରିଛି । ଅନ୍ୟପଟେ ଚାଇନା ୨ ଟି ମ୍ୟାଚ୍ ଖେଳି ଦୁଇଟି ଡ୍ର ସହ ୨ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ଗତକାଲି ପୁଲ୍-ଏ ର ଶେଷ ୨ ମ୍ୟାଚ୍ ରେ ମୁହାଁମୁହିଁ ହୋଇଥିଲେ ସ୍ପେନ୍- ନ୍ୟୁଜିଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା-ଫ୍ରାନ୍ସ । ସ୍ପେନ୍ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ୨ଟି ଲେଖାଏଁ ଗୋଲ୍ ଦେଇଥିବାରୁ ମ୍ୟାଚ୍ ଡ୍ର ରହିଥିଲା । ସେପଟେ ଆର୍ଜେଣ୍ଟିନାକୁ ୫-୩ ଗୋଲରେ ମାତ୍ ଦେଇଛି ଫ୍ରାନ୍ସ । ଏହା ସତ୍ବେ ବି ଦୁଇଟି ବିଜୟ ସହ ଆର୍ଜେଣ୍ଟିନା ୬ ପଏଣ୍ଟ ପାଇ ଗ୍ରୁପ ଟପ୍ ରେ ରହିଛି । ଆର୍ଜେଣ୍ଟିନା ସିଧା କ୍ବାର୍ଟର ଫାଇନାଲ୍ ଖେଳିବାକୁ କ୍ବାଲିଫାଏ କରିଛି । ଫ୍ରାନ୍ସ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଓ ନ୍ୟୁଜିଲାଣ୍ଡ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଏହି ଦୁଇ ଦଳ ୧୦ ତାରିଖରେ କ୍ରସ ଓଭର ଖେଳିବେ । ତେବେ ପୁଲ୍ ଶେଷରେ ରହି ସ୍ପେନ୍ ୱାର୍ଲଡ୍ କପ୍ ରୁ ବିଦା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.