Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହକି ବିଶ୍ବକପ୍ ୨୦୧୮ : ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଆର୍ଜେଣ୍ଟିନାର ଦ୍ବିତୀୟ ବିଜୟ, ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଡ୍ର

4/12/2018 at 9:52 AM

ଭୁବନେଶ୍ବର ୦୪|୧୨: ବିଶ୍ବକପ୍ ହକିର ଲିଗ୍ ପର୍ଯ୍ୟାୟରେ ସୋମବାର ଖେଳାଯାଇଛି ଦୁଇଟି ମ୍ୟାଚ୍ ।  ପ୍ରଥମ ମ୍ୟାଚ୍ ଡ୍ର ରେ ଶେଷ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ପୁଣି ଥରେ ବାଜି ମାରିଛି ଅଲିମ୍ପିକ୍ ଚାମ୍ପିୟାନ୍ ଆର୍ଜେଣ୍ଟିନା । ପ୍ରଥମ ମ୍ୟାଚ୍ ଫ୍ରାନସ୍ ଓ ସ୍ପେନ୍ ମଧ୍ୟ ରେ ୧-୧ ଗୋଲରେ ଡ୍ର ହୋଇଥିବା ବେଳେ,  ଦ୍ବିତୀୟ ମ୍ୟାଚରେ ଆର୍ଜେଣ୍ଟିନା-ନ୍ୟୁଜିଲ୍ୟାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି ।

ପୁଣି ଥରେ ଡିଫେଣ୍ଡିଙ୍କ ଚାମ୍ପିୟନ୍  ଆର୍ଜେଣ୍ଟିନାର କମାଲ ।   ଲିଗ୍  ପର୍ଯାୟର ଏକ ମ୍ୟାଚରେ  ନ୍ୟୁଜିଲ୍ୟାଣ୍ଡ କୁ ୩-୦ ଗୋଲ ରେ ପରାସ୍ତ କଲା ଆର୍ଜେଣ୍ଟିନା ।  ପ୍ରଥମ ରୁ ଆକ୍ରମଣାତ୍ମକ ଖେଳ ପଦର୍ଶନ  କରିଥିଲା  ଆର୍ଜେଣ୍ଟିନା ଦଳ ।  ୨୬ ନମ୍ବର ଖେଳାଳି ମଜାଲିଙ୍କ  ପ୍ରଥମ ଗୋଲ୍  ଓ ଦ୍ବିତୀୟ କ୍ବାଟରେ  ଆଉ ଏକ ଗୋଲ  ଦଳକୁ ୨-୦ ରେ ଆଗୁଆ  କରିଥିଲା ।  ନ୍ୟୁଜିଲ୍ୟାଣ୍ଡ ଅନେକ ସୁଯୋଗ ପାଇମଧ୍ୟ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ପାରି ନଥିଲା । ଦଳ ମଧ୍ୟରେ ଡିଫେନସ ସହ କୋଡି ନେସନ୍ ଅଭାବ ବାରି ହୋଇ ପଡୁଥିଲା । ଚତୁର୍ଥ କ୍ବାର୍ଟରେ ଆର୍ଜେଣ୍ଟିନା ପକ୍ଷରୁ ୨୨ ନମ୍ବର ଖେଳାଳି  ମାଟିସ୍ ଏକ ପେନାଲଟି କୁ ଗୋଲରେ  ପରିଣତ କରି ଦଳକୁ  ୩-୦ ରେ ବିଜୟୀ କରାଇଥିଲେ ।

ସେପଟେ ସୋମବାର ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିଥିଲା ଫ୍ରାନ୍ସ ।   ପ୍ରଥମ କ୍ବାଟରର  ମାତ୍ର ୬ ମିନିଟ ଖେଳ  ପରେ ଫ୍ରାନ୍ସ  ପକ୍ଷରୁ ୨୮ ନମ୍ବର ଖେଳାଳି ତିମୋତି ଏକ ଫିଲଡ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଫାଷ୍ଟ ହାଫ୍ ୧-୦ ରେ ଶେଷ ହୋଇଥିବା ବେଳେ ତୃତୀୟ କ୍ବାର୍ଟର ଯାଏଁ ଦୁଇଦଳ ବେସ ସଂଘର୍ଷପୂର୍ଣ୍ଣ ଖେଳ ପଦର୍ଶନ କରିଥିଲେ ।  ଚତୁର୍ଥ କ୍ବାର୍ଟରରେ  ସ୍ପେନର ୯ ନମ୍ବର ଖେଳାଳି ଆଲେଭେରାଙ୍କ ଦ୍ବାରା ଏକ ଫିଲଡ ଗୋଲ୍  ମ୍ୟାଚକୁ  ୧-୧ ରେ ବରାବର କରିଥିଲେ ।

   Related Posts