Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଟକ ବାରବାଟୀରେ ହକି ବିଶ୍ବକପ୍‌ର ଦ୍ବିତୀୟ ଉଦ୍‌ଘାଟନୀ ଉତ୍ସବ ; ଜଲଓ୍ବା ଦେଖାଇବେ ଦବଙ୍ଗ ଷ୍ଟାର୍ ସଲମାନ ଏବଂ ମ୍ୟୁଜିକ୍ ମାଷ୍ଟ୍ରୋ ଏ.ଆର୍. ରେହମାନ

28/11/2018 at 11:49 AM

କଟକ ୨୮|୧୧:  ଆଜି କଟକ ବାରବାଟୀରେ ହକି ଶୋ ପାଇଁ ଦ୍ବିତୀୟ ଉଦଘାଟନୀ କାର୍ଯ୍ୟକ୍ରମ । ମ୍ୟୁଜିକ ମାଷ୍ଟ୍ରୋ ଏ. ଆର ରେହମାନ ମଧ୍ୟ କଟକରେ ସଙ୍ଗୀତ ପରିବେଷଣ କରିବେ । ସବୁଠୁ ବଡ କଥା ହେଉଛି କଟକରେ ବାରବାଟୀରେ ଜଲୱା ଦେଖାଇବାକୁ ଆସୁଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍ । ଯାହାକୁ ନେଇ ଦର୍ଶକଙ୍କ ମନେରେ ଅଧିକ ଆଗ୍ରହ ବଢିଯାଇଛି । କଟକ ଓ ବାରବାଟୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ।

ବାରବାଟୀରେ ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ । ତା ସହ ୪୦ ଜଣ ଡିଏସପି, ୪୦ ଜଣ ଇନିସ୍ପେକ୍ଟର ଓ ୨୫୦ ଜଣ ସବ୍ ଇନିସ୍ପେକ୍ଟର ରହିବେ । ତା ସହ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ୍ ସିଟିଟିଭି ସର୍ଭେଲାନ୍ସରେ ରହିବ ବୋଲି କହିଛନ୍ତି ପୋଲିସ କମିଶନର । ବାରବାଟୀରେ ଶୋ ପାଇଁ ୧୦ଟି ପାର୍କିଂ ସ୍ଥାନ କରାଯାଇଛି । ତେବେ ଚହଟା ନିକଟରେ ହୋଇଥିବା ପାର୍କିଂରୁ ଦର୍ଶକମାନେ ବିନା ମୂଲ୍ୟରେ ବସ୍ ଯୋଗେ ସିଧା ବାରବାଟୀ ଆସି ପାରିବେ ବୋଲି କହିଛନ୍ତି ପୋଲିସ କମିଶନର । ଦର୍ଶକଙ୍କ ପାଇଁ ଦିନ ୨ଟା ୩୦ରେ ଖୋଲିବ ବାରବାଟୀ ଗେଟ୍ । ସୁରକ୍ଷା ଦୃଷ୍ଟିରୁ ଦର୍ଶକମାନେ ପାଣି ବୋତଲ, ପାଣି ପାଉଚ୍, ହେଲମେଟ୍ ଓ ବ୍ୟାଗ୍ ଭିତରକୁ ନେଇ ପାରିବେନି ବୋଲି ସ୍ପଷ୍ଟ କରିଛି କମିଶନରେଟ୍ ପୋଲିସ ।

   Related Posts