Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଝରିପଡ଼ିଲା ଖୁସିର ଅଶ୍ରୁ: ଭାରତୀୟ ହକି ଟିମ୍‌ର ବିଜୟ ଖବର ଶୁଣାଇବା ବେଳେ ଲୁହ ରୋକିପାରିଲେନି କମେଣ୍ଟେଟର୍ସ

1/08/2021 at 10:46 PM

ନୂଆଦିଲ୍ଲୀ ୦୧/୦୮:  ବହିରେ ହକି ଆମର ଜାତୀୟ ଖେଳ ହୋଇପାରେ କିନ୍ତୁ ଲୋକଙ୍କ ରକ୍ତରେ କ୍ରିକେଟ ପ୍ରବାହିତ ହେଉଛି। ତେଣୁ କିଛି ଲୋକ ବଡ଼ ଟୁର୍ଣ୍ଣାମେଣ୍ଟରେ ହକି ଟିମ୍‌ର ଖରାପ ପ୍ରଦର୍ଶନକୁ ଏହାକୁ ଏକ କାରଣ ବୋଲି କହୁଛନ୍ତି। କିନ୍ତୁ ଖେଳ ସଙ୍ଘ ଏବଂ ରାଜନୀତି ମଧ୍ୟ ହକିକୁ ପଛକୁ ଠେଲିବାରେ ଆଗରେ ରହିଛି। ଏବେ ଟୋକିଓ ଅଲିମ୍ପିକ୍‌ରେ ଏକ ନୂଆ ଆଶା ଉଜ୍ଜୀବିତ ହୋଇଛି କାରଣ ୪ ଦଶକ ପରେ ପ୍ରଥମ ଥର ଟିମ୍‌ ଇଣ୍ଡିଆ ଟପ-୪ରେ ପହଞ୍ଚିଛି। ଏହି  ଐତିହାସିକ ମୁହୂର୍ତ୍ତକୁ ଆଖିରେ ଦେଖି ଶୁଣାଉଥିବା କମେଣ୍ଟେଟର୍ସ ମଧ୍ୟ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିପାରିନଥିଲେ।

କାନ୍ଦି ପକାଇଲେ ସୋନିର ବ୍ରଡକାଷ୍ଟର୍ସ
ଦେଶରେ ଅଲିମ୍ପିକ୍‌ ଖେଳର ପ୍ରସାରଣ ସୋନି ନେଟଓ୍ବର୍କ କରୁଛି। ଇଂରାଜୀ ସହିତ ହିନ୍ଦୀ ଭାଷାରେ ଏହାର ଲାଇଭ୍‌ କମେଣ୍ଟ୍ରି ହେଉଛି। ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ କ୍ବାର୍ଟର ଫାଇନାଲ୍‌ରେ ଏହର ଦାୟିତ୍ବ ସୁନୀଲ ତନେଜା ଏବଂ ଭାରତୀୟ ଖେଳର ସ୍ବର ବୋଲି କୁହାଯାଉଥିବା ସୁନୀଲ ସମ୍ଭାଳୁଥିଲେ। ସେମାନଙ୍କ ସାଥି​‌ରେ ଥିଲେ ସିଦ୍ଧାର୍ଥ ପାଣ୍ଡେୟ । ଯେମତି ଫାଇନାଲ ପାଇଁ ସିଟି ବାଜିଲା କମେଣ୍ଟେଟର୍ସ ନିଜ ଭାବନା ଉପରେ କାବୁ ହରାଇଦେଇଥିଲେ। ଆଖିରୁ ଟପ ଟପ ଅଶ୍ରୁ ବୋହି ଆସିଥିଲା। ଦୁହେଁ ଦୁହିଁଙ୍କୁ ସମ୍ଭାଳୁଥିଲେ। ପାଟି ଖନି ମାରୁଥିଲା କିନ୍ତୁ ସେମାନେ ମ୍ୟାଚ୍‌ର ସ୍ଥିତି ଲୋକଙ୍କୁ ଶୁଣାଉଥିଲେ।

ଏହି ବିଜୟ ଐତିହାସିକ
ଯୁବ ଖେଳାଳିଙ୍କୁ ନେଇ ସଜେଇ ହୋଇଥିବା ଭାରତୀୟ ପୁରୁଷ ହକି ଟିମ୍‌  ରବିବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ବ୍ରିଟେନକୁ ୩-୧ରେ ହରାଇ ଚାରି ଦଶକ ପରେ ପ୍ରଥମ ଥର ଟପ୍‌-୪ରେ ପ୍ରବେଶ କରିଛି। ୪୧ ବର୍ଷ ପରେ ଏହି ଲକ୍ଷ୍ୟ ହାସଲ କରିଥିବା ଭାରତୀୟ ଟିମ୍‌ ପାଇଁ ଦିଲପ୍ରୀତ ସିଂହ ୭, ଗୁରଜନ୍ତ ସିଂହ ୧୬ ଏବଂ ହାର୍ଦ୍ଦିକ ସିଂହ ୫୭ ମିନିଟ୍‌ରେ ଗୋଲ କରିଥିଲେ । ବ୍ରିଟେନ ପାଇଁ ଏକମାତ୍ର ଗୋଲ୍‌ ସାମୁଏଲ୍‌ ବାର୍ଡ ୪୫ ମିନିଟ୍‌ରେ କରିଥିଲେ। ସେମିଫାଇନାଲ୍‌ରେ ଭାରତର ସାମ୍ନା ବିଶ୍ବ ଚାମ୍ପିୟନ୍‌ ବେଲଜିୟମ ସହ ହେବ। ବେଲଜିୟମ୍‌ ତୃତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ସ୍ପେନ୍‌କୁ ୩-୧ରେ ହରାଇଥିଲା।

   Related Posts