Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ଭାରତୀୟ ହକି ଦଳର ଅଧିନାୟକ ମନପ୍ରିତ ସିଂ କରୋନା ପଜିଟିଭ୍, ଅନ୍ୟ ୩ ଖେଳାଳି ମଧ୍ୟ ସଂକ୍ରମିତ

7/08/2020 at 9:39 PM

ବେଙ୍ଗାଲୁରୁ, ୦୭|୦୮: ଭାରତୀୟ ହକି ଦଳର ଅଧିନାୟକ ମନପ୍ରିତ ସିଂଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମନପ୍ରିତଙ୍କ ସମେତ ୪ଜଣ ଖେଳାଳିଙ୍କୁ ବେଙ୍ଗାଲୁରୁର ନ୍ୟାସନାଲ ହକି କ୍ୟାମ୍ପରେ ରିପୋର୍ଟ କରିବା ପରେ କରୋନା ଟେଷ୍ଟ କରାଯାଇଥିଲା । ଏହାପରେ ସେମାନେ ପଜିଟିଭ୍ ଥିବା ଜଣାପଡିଛି ।

ମନପ୍ରିତ ସିଂଙ୍କ ବ୍ୟତୀତ ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରଣ ସିଂ ଓ ବରୁଣ କୁମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।  ଏହି ଖେଳାଳିମାନେ ଘରେ ବିଶ୍ରାମ ନେବା ପରେ କ୍ୟାମ୍ପରେ ପହଁଚିଥିଲେ ।

ସାଇର ପ୍ରେସ ରିଲିଜ ଅନୁସାରେ, ଖେଳାଳିଙ୍କ ରାପିଡ୍ କୋଭିଡ-୧୯ ଟେଷ୍ଟ କରାଯାଇଥିଲା । ପଜିଟିଭ୍ ଆସିଥିବା ଖେଳାଳିମାନେ ଏକାସଙ୍ଗେ ଯାତ୍ରା କରିଥିଲେ । ତେଣୁ ବେଙ୍ଗାଲୁରୁରେ ପହଁଚିବା ପୂର୍ବରୁ ସମସ୍ତେ ସଂକ୍ରମିତ ହୋଇଥିଲେ ।

ଏବେ କ୍ୟାମ୍ପରେ ଗାଇଡଲାଇନ ଅନୁସାରେ, ପଜିଟିଭ୍ ଚିହ୍ନଟ ଖେଳାଳିମାନେ ଆଇସୋଲେସନରେ ରହିବେ । ତେବେ ମନପ୍ରିତ ସୁସ୍ଥ ଥିବା ଓ ଅତିଶୀଘ୍ର ଭଲ ହେବେ ବୋଲି ସେ ନିଜେ କହିଛନ୍ତି ।

   Related Posts