Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇ ବିବାଦରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଚାରିଆଡୁ ହେଉଛି ନିନ୍ଦା

2/08/2021 at 8:48 PM

ଚଣ୍ଡିଗଡ ୦୨।୦୮: ଭାରତୀୟ ପୁରୁଷ  ହକି ଦଳ ଟୋକିଓ ଅଲିମ୍ପିକରେ ଇତିହାସ ରଚି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଦଳର ଏହି ଐତିହାସିକ ସଫଳତା ପରେ ସମଗ୍ର ଦେଶରୁ ଛୁଟୁଛି ପ୍ରଶଂସାର ସୂଅ। ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇ ବିବାଦରେ ଫସିଛନ୍ତି। ନିଜର ଟ୍ଵିଟକୁ ନେଇ ଅମରିନ୍ଦର ଟ୍ରୋଲର ଶିକାର ହୋଇଛନ୍ତି। ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଅମରିନ୍ଦରଙ୍କ ନିନ୍ଦା କରିଛନ୍ତି।

ଉଲ୍ଲେଖନୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇ ଅମରିନ୍ଦର ଟ୍ଵିଟ୍ କରି ଲେଖିଥିଲେ ଯେ, ଭାରତ ପାଇଁ  କ୍ଵାର୍ଟର ଫାଇନାଲରେ ହୋଇଥିବା ତିନୋଟି ଗୋଲ୍ ପଞ୍ଜାବର ଖେଳାଳି ଦିଲପ୍ରୀତ ସିଂହ, ଗୁରଞ୍ଜନ ସିଂହ ଓ ହାର୍ଦ୍ଦିକ ସିଂହ ଦେଇଛନ୍ତି। ଏହି ଟିପ୍ପଣୀକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଲୋକେ ସମାଲୋଚନା କରିଛନ୍ତି। କିଛି ଖେଳ ପ୍ରେମୀ ଅମରିନ୍ଦର ସିଂହଙ୍କ ଏହି ଟ୍ଵିଟ୍‌କୁ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ର ସେହି ସଂଳାପକୁ ଯୋଡିଛନ୍ତି, ଯେଉଁଥିରେ ଶାହରୁଖ ଖାନ କହିଛନ୍ତି ଯେ, ମୋତେ ନା ରାଜ୍ୟର ନାଁ ଶୁଣିବାକୁ ମିଳୁଛି ନା ଦେଖିବାକୁ ମିଳୁଛି, କେବଳ ଗୋଟିଏ ଦେଶର ନାଁ ଶୁଣିବାକୁ ମିଳୁଛି ତାହା ହେଉଛି ଇଣ୍ଡିଆ।

ଯୁବ ବିଜେପିର ରାଷ୍ଟ୍ରୀୟ ସଂପାଦକ ତେଜିନ୍ଦର ପାଲ ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ରିଟ୍ଵିଟ୍ କରି ଲେଖିଛନ୍ତି, କ୍ୟାପଟେନ୍ ସାହାବ, ଯେବେ ଆପଣ ସେନାରେ ଥିଲେ ପାକିସ୍ତାନ ଉପରେ ସବୁଠୁ ଅଧିକ ଗୁଳି କେଉଁ ରାଜ୍ୟ ଚଳାଉଥିଲେ ?

ପ୍ରସିଦ୍ଧ ଲୋକ ଗାୟିକା ମାଲିନୀ ଅବସ୍ଥି ମଧ୍ୟ ଅମରିନ୍ଦର ସିଂହଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଏତେ ବର୍ଷ ଧରି ଆମେ ଏହି ବିଶ୍ଵାସ କରି ଆସିଥିଲୁ ଯେ, ଇଂରେଜ ଆମକୁ ବିଭାଜନ କଲେ ଏବଂ ଆମ ଉପରେ ରାଜ୍ କଲେ। ଆମକୁ ଗୁଲାମ କରି ରଖିଲେ।  ହେଲେ ବାସ୍ତବତା ଏହା ଯେ, ଆମର ରାଜନେତା ଦେଶର ସ୍ଥିତିକୁ ଆହୁରି ଖରାପ କରି ଦେଇଛନ୍ତି। ଆମକୁ ଏକ ଭାରତ-ଶ୍ରେଷ୍ଠ ଭାରତର ଶକ୍ତିକୁ ଚିହ୍ନିବାର ଏବେ ସମୟ ଆସି ଯାଇଛି।

   Related Posts