Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ହକୀ ତାରକା ମଧ୍ୟ ଏବେ ରାଜନୀତି ମୁହାଁ, ପ୍ରବୋଧ ତିର୍କୀ ତଳସରା ଓ ଲାଜରୁସଙ୍କୁ ଦରକାର ସିଧା ଏମପି ଟିକେଟ୍

ଭୁବନେଶ୍ବର୧୫|୩( ସମୀକ୍ଷା ପଟ୍ଟନାୟକ) ହକି ଟର୍ଫରେ କମାଲ ଦେଖାଇ ଦେଶ ବିଦେଶରେ ଖୁବ୍‌ ଚର୍ଚ୍ଚା ସାଉଣ୍ଟିଥିବା  ଆମ ରାଜ୍ୟର ହକି ଷ୍ଟାର ଏବେ ପଲିଟିକ୍‌ସ୍‌ ଏଣ୍ଟ୍ରି ପାଇଁ ମନ ବଳାଇଛନ୍ତି । ଭାରତୀୟ ହକିର ପୂର୍ବତନ କପ୍ତାନ ଦିଲ୍ଲୀପ ତିର୍କୀ ପୂର୍ବରୁ ରାଜନୀତି ମଇଦାନରେ ନିଜର ଦାବିଦାରି ପେଶ୍‌ କରିସାରିଛନ୍ତି । ୨୦୧୪ରେ ସୁନ୍ଦରଗଡ଼ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଲଢ଼ି ହାରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରାଜ୍ୟସଭା ସାଂସଦ ହୋଇଛନ୍ତି । ହେଲେ ଦିଲ୍ଲୀପଙ୍କ ପରେ ଏବେ ଲାଜରୁସ ବାର୍ଲା ଏବଂ ପ୍ରବୋଧ ତିର୍କୀ ମଧ୍ୟ ଆଗାମୀ ନିର୍ବାଚନକୁ ନଜରରେ ରଖି ପଲିଟିକ୍‌ସ ଏଣ୍ଟ୍ରି ପାଇଁ ମନ ବଳାଇଛନ୍ତି । ……

କଲରଫୁଲ୍‌ ଟର୍ଫରେ ପ୍ରତିପକ୍ଷର ପ୍ରତିଟି ଚାଲ୍‌କୁ ନାକାମ କରିବାର କ୍ଷମତା ରଖୁଥିବା ହକି ଓ୍ବାର୍ଲଡ୍‌ର ଏହି ଚର୍ଚ୍ଚିତ ଚେହେରାଙ୍କୁ ହକିଷ୍ଟିକ୍‌ ଧରି ମଇଦାନ୍‌ରେ ମାତିବା ତ ଆପଣ ବହୁତ ଥର ଦେଖିଥିବେ ।  ହେଲେ ଏହି ଷ୍ଟାର ପ୍ଲେୟାର ଯେ ଏବେ ପଲିଟିକାଲ ମଇଦାନରେ ନିଜର ବାଜିଗରି ଦେଖାଇବାକୁ ଇଣ୍ଟେ୍ରଷ୍ଟେଡ୍‌ ସେକଥା ବୋଧ ହୁଏ ଜାଣିନଥିବେ ।

 ଅବଶ୍ୟ ଏମାନଙ୍କ ଭିତରୁ ଭାରତୀୟ ହକିର ପୂର୍ବତନ କପ୍ତାନ ଦିଲ୍ଲୀପ ତିର୍କୀ ରାଜନୀତିରେ ଏଣ୍ଟ୍ରି କରିସାରିଛନ୍ତି । କିନ୍ତୁ ହକି ଷ୍ଟାର ଲାଜରୁସ ବାର୍ଲା ଏବଂ ପ୍ରବୋଧ ତିର୍କୀ ମଧ୍ୟ ଏବେ ପଲିଟିକ୍‌ସରେ ଏଣ୍ଟ୍ରି ପାଇଁ ମନବଳାଇଛନ୍ତି । ଦିଲ୍ଲୀପ ବିଜେଡିରୁ ତାଙ୍କର ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହି ଦୁଇ ଖେଳାଳୀ ଏବେ କେଉଁ ଦଳରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ବା କେଉଁଦଳ ସେମାନଙ୍କୁ ନିଜ କ୍ୟାମ୍ପରେ ସାମିଲ କରୁଛନ୍ତି ସେକଥା ଏବେ ସ୍ପଷ୍ଟ ହୋଇନି ।

ବିଶ୍ବକପ୍‌ରେ ଧମାକେଦାର୍‌ ପ୍ରଦର୍ଶନ ପରେ ହକିପ୍ରେମୀଙ୍କ ଦିଲ୍‌ ଜିତିଥିବା ପ୍ରବୋଧ ତିର୍କୀ ତଳସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ଲାଜରୁସ୍‌ଙ୍କୁ କିନ୍ତୁ ଦରକାର ସିଧା ଏମପି ଟିକେଟ୍‌ । ଏମିତିରେ ଦୁହେଁ ଦିଲ୍ଲୀପ ତିର୍କୀଙ୍କ ପଲିଟିକାଲ ସଫରକୁ ଫଲୋ କରିବାକୁ ବେଶ୍‌ ଆଗ୍ରହୀ । ଦିଲ୍ଲୀପ ତିର୍କୀଙ୍କ କଥା ଯଦି ଦେଖିବା ତାହେଲେ ପ୍ରଥମେ ୨୦୧୪ରେ ସେ ସୁନ୍ଦରଗଡ଼ ଆସନରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ଲଢ଼ି ବିଜେପିର ଜୁଏଲ୍‌ ଓରାମଙ୍କ ଠାରୁ ଖୁବ୍‌ କମ୍‌ ଭୋଟ୍‌ ମାର୍ଜିନ୍‌ରେ ହାରିଥିଲେ । ପରେ ଦଳ ତାଙ୍କୁ ଜଣେ ସ୍ପୋର୍ଟସ୍‌ ଷ୍ଟାର୍‌ ହିସାବରେ ରାଜ୍ୟସଭାକୁ ପଠାଇଥିଲା ।

ଗତବର୍ଷ ଏପ୍ରିଲରେ ଦିଲ୍ଲୀପଙ୍କ କାର୍ଯ୍ୟକାଳ ସରିଥିବାରୁ ଆଗାମୀ ନିର୍ବାଚନରେ ମଧ୍ୟ ସେ ସୁନ୍ଦରଗଡ଼ରୁ ଲଢ଼ିବାକୁ ମନବଳାଇଛନ୍ତି । ଦେଶ ତଥା ରାଜ୍ୟ ହକି ପାଇଁ ଏହି ଷ୍ଟାର ପ୍ଲେୟାରଙ୍କର ବହୁତ କିଛି ଅବଦାନ ରହିଛି । ତେଣୁ ରାଜନୀତିକୁ ଆସି ଲୋକଙ୍କ ପାଇଁ କିଛି କାମ କରିବାକୁ ଆଗ୍ରହ ରଖୁଥିବା ଏହି ହକି ଲିଜେଣ୍ଡଙ୍କୁ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସ୍ବାଗତ କରିବା ଦରକାର ।

193 Views

   ସମ୍ବନ୍ଧିତ ଖବର