Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

କାନ୍ଥରେ କାନ୍ଥରେ ହକିଷ୍ଟିକର କାହାଣୀ: ରାଜଭବନରୁ ଜୟଦେବ ବିହାର ପର୍ଯ୍ୟନ୍ତ ହକି ଚିତ୍ରରୁ ମିଳୁଛି ଉତ୍ସାହ

1/12/2018 at 5:34 PM

ରାଜଭବନରୁ ଜୟଦେବ ବିହାର ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ପୂରା ହକି ଷ୍ଟିକ୍ ଚିତ୍ରରେ ଚିତ୍ରିତ କରାଯାଇଛି । ମାନେ କାନ୍ଥ କହୁଛି ଖାଲି ହକି ଷ୍ଟିକ୍ କଥା । ଷ୍ଟିକ୍ କୁ ନେଇ ବିଭିନ୍ନ କାହାଣି ବି କୁହାଯାଇଛି ଚିତ୍ରରେ । କେଉଁଠି ପିମ୍ପୁଡ଼ି ଟେକି ନେଉଛନ୍ତି ହକି ଷ୍ଟିକ୍ ତ କେଉଁଠି ଦଉଡ଼ିରେ ଟଙ୍ଗା ହେ।ଇଛି । ତାସହିତ ରହିଛି ଲିଜେଂଡ଼ାରୀ ଙ୍କ ଫଟୋ ଚିତ୍ର । 

କାନ୍ଥରେ ଝୁଲୁଛି ହକି ଷ୍ଟିକ୍ । ଲେଜେଂଡ଼ାରୀ ପ୍ଲେୟାରଙ୍କ ହାତରେ ବି ଅଛି ହକି ଷ୍ଟିକ୍ । ହକି ଷ୍ଟିକ୍ କୁ ଟେକି ନେଉଛନ୍ତି ପିମ୍ପୁଡ଼ି । ଏହିଭଳି ହକି ଷ୍ଟିକ୍ କୁ ନେଇ ବିଭିନ୍ନ ଚିତ୍ର ଆଙ୍କିଛନ୍ତି ଚିତ୍ରକର । ରାଜଭବନରୁ ଜୟଦେବ ବିହାର ପର୍ଯ୍ୟନ୍ତ ଯାଉଥିବା ରାସ୍ତାରେ ଏହିସବୁ ଚିତ୍ରକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି । ଯିଏ ବି ରାସ୍ତାର ଦୁଇ କଡ଼କୁ ଚାହିଁ ଚାହିଁ ହକି ମ୍ୟାଚ୍ ଦେଖିବାକୁ କଳିଙ୍ଗ ଷ୍ଟାଡ଼ିୟମ  ଯିବ ଅଟେ।ମେଟିକ୍ ଯେ।ଶ୍ ଆସିଯିବ । ଠିକ୍ ହକି ଷ୍ଟାଡ଼ିୟମ ସାମ୍ନାରେ ରହିଛି ଇଂଲଣ୍ଡ ମହିଳା ହକି ଖେଳାଳୀ ସାମନ୍ଥା କ୍ବେକ୍ ଙ୍କ ଚିତ୍ର । ବିଶ୍ବକପ୍ ଦେଖିବା ଲାଗି ଭୁବନେଶ୍ବର ଆସିଛନ୍ତି । ଅଟେ।ରେ ବୁଲୁଥିବା ବେଳେ କ୍ବେକ୍ ତାଙ୍କରି ଚିତ୍ର କୁ ଦେଖି ଆନନ୍ଦରେ କାନ୍ଦି ପକାଇଥିଲେ । ଓଡ଼ିଶା ରେ ହକି ଏତେ ଭଲ ପାଉଥିବା ଜାଣି ଆଶ୍ଚର୍ଯ୍ୟ ବି ହେଲେ । ଦେଖନ୍ତୁ ନାଲି ପିମ୍ପୁଡ଼ି ଦଳକୁ  । ହକି ଷ୍ଟିକ୍ ଓ ବଲକୁ ଶୂନ୍ୟେ ଶୂନ୍ୟେ ଟେକି ନେଉଛନ୍ତି ପିମ୍ପୁଡ଼ିମାନେ ।  ଏହି ଚିତ୍ର ସବୁ ପାର୍କିଙ୍ଗ ଥ୍ରୀ କାନ୍ଥରେ କରାଯାଇଛି । ଏବେ ଚାଲନ୍ତୁ ଯିବା ହକି ଷ୍ଟାଡ଼ିୟମ ସାମ୍ନାକୁ । ଏଇଠି ଆର୍ଜେଣ୍ଟିନା, ଅଷ୍ଟେିଲିଆ  ଓ ଭାରତ ଭଳି ଅନେକ ଦେଶର କିଛି ବଡ଼ ବଡ଼ ଖେଳାଳୀଙ୍କ ଚିତ୍ର ସ୍ଥାନ ପାଇଛି । ଖେଳାଳୀ ପଡ଼ିଆ ଭିତରେ ଦମ୍ ଲଗାଇ ଖେଳୁଥିବାର ଦୃଶ୍ୟକୁ ପୂରା ଜୀବନ୍ତ କରିଦେଇଛନ୍ତି ପେଣ୍ଟର । ବଲ ପାଇଁ ଷ୍ଟିକ୍  ଷ୍ଟିକ୍ ଭିତରେ ଲଢେଇ ଚାଲିଛି । ଖେଳାଳୀ ବି ଯେ।ର ଲଗାଉଛି ଗେ।ଲ କରିବାକୁ । ତେବେ କିଛି ବଡ଼ ଓ ଲମ୍ବା ହକି ଷ୍ଟିକ୍ କାନ୍ଥରେ ତିଆରି ହେଉଛି ଯେଉଁଠୁ ବାହାରୁଛି ଖାଲି ନିଆଁ । ଏହା ସୂଚାଇ ଦେଉଛି ଯେ ହକି ପାଇଁ ପାଗଳ ହେ।ଇଯାଇଛି ଭୁବନେଶ୍ବର ।  ୧୯୭୫ ବିଶ୍ବକପ୍ ଜିତିବା କଥା ମନେ ପକାଇ ଦେଉଛି ୱ।ଲ ପେଣ୍ଟିଙ୍ଗ । ତାପରଠୁ ବିତିଯାଇଛି ୪୩ ବର୍ଷ । ବିଶ୍ବ ବିଜୟୀ ହେବାର ସ୍ବପ୍ନ ଚରୂମାର ହେଉଛି ପ୍ରତିଥର । ଏଥର କିନ୍ତୁ ଭାରତ ବିଶ୍ବ ରାଙ୍କ ରେ ପଞ୍ଚମ ସ୍ଥାନରେ ରହି ଟାଇଟଲ ଦାବିଦାର ଭାବେ ଗଣାଯାଉଛି । ଆଉ ଏହିଭଳି ଚିତ୍ର ହକି ପ୍ରେମୀଙ୍କ ମନରେ ଭରି ଦେଉଛି ଯେ।ଶ୍ ।  ଆଣି ଦେଇଛି ଉନ୍ମାଦନା । ସ୍ପଷ୍ଟ ଭାଷାରେ କହିବାକୁ ଗଲେ ହକି ପାଇଁ ପାଗଳ ହେ।ଇଯାଇଛନ୍ତି କୀଟପତଙ୍ଗ, ପକ୍ଷୀ ଆଉ ହକିପ୍ରେମୀ । ଖାଲି ଫାଇନାଲରେ ଜିତି ଗଲେ ସ୍ବପ୍ନ ସାକାର ହେବ ।

 

   Related Posts