Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ବଲବୀର ସିଂ ଜଣେ ମହାନ ଖେଳାଳି ଓ ଅନେକଙ୍କ ପାଇଁ ପ୍ରେରଣା : ହକି କିମ୍ବଦନ୍ତୀଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

25/05/2020 at 8:50 PM

ନୂଆଦିଲ୍ଲୀ, ୨୫|୦୫:    ହକି କିମ୍ବଦନ୍ତୀ ପଦ୍ମଶ୍ରୀ ବଲବୀର ସିଂଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସର୍ବଶ୍ରେଷ୍ଠ ହକି ଖେଳାଳିମାନଙ୍କ ମଧ୍ୟରୁ କିମ୍ବଦନ୍ତୀ ପ୍ଲେୟାର ବଲବୀର ସିଂ  ସୋମବାର ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ହସ୍ପିଟାଲର ନିର୍ଦ୍ଦେଶକ ଅଭିଜିତ୍ ସିଂ କହିଛନ୍ତି ଯେ, ବଲବୀର ଆଜି ସକାଳ ପ୍ରାୟ ସାଢେ ୬ଟାରେ ମୃତ୍ୟୁବରଣ କରିଥିଲେ। ।

ବଲବୀର ଗତ ୧୨ ତାରିଖ ଦିନ ସକାଳେ ସମୟରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ । ୧୩ ତାରିଖ ଦିନ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲେ । ତା ପରଠାରୁ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ସେଭଳି ଉନ୍ନତି ହୋଇ ନଥିଲେ ବି ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଅବସ୍ଥା ସେହିଭଳି ସ୍ଥିର ରହିଥିଲା। ଶେଷର ଜୀବନ ଯୁଦ୍ଧରେ ହାରିଗଲେ ବଲବୀର । ଆଜି ସକାଳ ସୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ବଲବୀରଙ୍କୁ ମୃତ୍ୟୁ ବେଳକୁ ୯୫ ବର୍ଷ ହୋଇଥିଲା ।

ନିଜ ହକି କ୍ୟାରିୟରରେ ସେ ୩ ଥର ଅଲିମ୍ପିକ୍ ପଦକ ହାସଲ କରିଥିଲେ । ଅଲିମ୍ପିକରେ ତାଙ୍କ ନାମରେ ଏକ ବିରଳ ରେକର୍ଡ ରହିଛି । ଅଲିମ୍ପିକ୍‌ ଫାଇନାଲରେ ତାଙ୍କ ନାମରେ ସର୍ବାଧିକ ଗୋଲ୍‌ ସ୍କୋର କରିବାର ରେକର୍ଡ । ଯାହା ଏବେବି ଅତୁଟ ଅଛି । ୧୯୫୩ ଅଲିମ୍ପିକ୍‌ରେ ନେଦରଲାଣ୍ଡସ୍‌ ବିପକ୍ଷରେ ଭାରତ ୬-୧ରେ ବିଜୟୀ ହୋଇ ସ୍ୱର୍ଣ୍ଣ ଜିତିଥିଲା । ଫାଇନାଲରେ ବଲବୀର ଏକାକୀ ୫ଟି ଗୋଲ ସ୍କୋର କରିଥିଲେ । ଯାହାକି ଭାରତୀୟ ଟିମ୍‌କୁ ବିଜୟୀ ହେବାରେ ସହଯୋଗ କରିଥିଲା । ସେହିପରି ୧୯୫୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା । ୧୯୭୫ ବିଶ୍ୱକପ୍‌ ବିଜୟୀ ଦଳର ସେ ଥିଲେ ମ୍ୟାନେଜର । ତାଙ୍କ ମୃତ୍ୟୁରେ ଭାରତୀୟ ହକି ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏହି କିମ୍ବଦନ୍ତୀ ହକି ପ୍ଲେୟାରଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

   Related Posts