ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ହେବ ଜୁନିଅର ହକି ଓ୍ବାର୍ଲଡ କପ୍‌-୨୦୨୧

Published By : Prameya-News7 Bureau | September 23, 2021 IST

ଭୁବନେଶ୍ୱର, ୨୩/୦୯: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଓଡ଼ିଶାରେ ହେବ ଜୁନିଅର ହକି ଓ୍ବାର୍ଲଡ କପ୍‌-୨୦୨୧ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି ଓଡ଼ିଶା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବରୁ ୨୦୧୮ରେ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ୍‌ ସଫଳତାର ସହ ଆୟୋଜନ କରିଥିଲା ଓଡ଼ିଶା । ଚଳିତ ବର୍ଷ ଜୁନିଅର ପୁରୁଷ ହକି ବିଶ୍ବକପ୍‌ ଗୌହାଟୀରେ ଅନୁଷ୍ଠିତ ହେବାର ଥିଲା । ବିଶ୍ବକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୌହାଟୀ ଥିବା ବେଳେ ଶେଷରେ ଓଡ଼ିଶାକୁ ମିଳିଛି ସୁଯୋଗ । ଏଥର ଜୁନିଅର ହକି ବିଶ୍ବକପ୍‌ ଓଡ଼ିଶାରେ ହିଁ କରିବାକୁ FIH ଅଧ୍ୟକ୍ଷ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର.ଭିନିଲ୍‌ କ୍ରିଷ୍ଣାଙ୍କ ସହ 5-T ସଚିବ ଭି.କେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ ।

ସେହିଭଳି ୨୦୨୩ରେ ପୁରୁଷ ହକି ବିଶ୍ବକପ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଏଥିପାଇଁ ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମର ନିର୍ମାଣ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.