Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ଯୋଗୁ ହକି ଇଣ୍ଡିଆଙ୍କ ସମସ୍ତ ଜାତୀୟ ଚାମ୍ପିୟନସିପ୍ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବାତିଲ

15/04/2020 at 2:24 PM

ନୂଆଦିଲ୍ଲୀ ୧୫।୪: କୋଭିଡ-୧୯ ମହାମାରୀ ରୋକିବାକୁ ସାରା ଦେଶକୁ ପୁଣି ଥରେ ଲକଡାଉନ୍ କରାଯାଇଛି। ଦ୍ୱିତୀୟ ବାର ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ସମ୍ପ୍ରସାରିତ ହେବା ଯୋଗୁ ହକି ଇଣ୍ଡିଆ ତାଙ୍କର ସମସ୍ତ ଜାତୀୟ ଚାମ୍ପିନୟସିପ୍‌କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ତେବେ ପୂର୍ବରୁ ହକି ଇଣ୍ଡିଆ ସ୍ଥିରିକୃତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଥିଲେ। ଏଥିରେ ନୂଆ କାର୍ଯ୍ୟସୂଚୀ ୨୯ଏପ୍ରିଲରୁ ଜୁଲାଇ ୩ ତାରିଖ ମଧ୍ୟରେ ସ୍ଥିରିକୃତ ହୋଇଥିଲା। ହେଲେ ଲକଡାଉନ ସମ୍ପ୍ରସାରଣ ପରେ ଏବେ ସମ୍ପୂର୍ଣ୍ଣ ସ୍ଥଗିତ କରିଦିଆଯାଇଛି।

ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ ଏକ ବିବୃତ୍ତିରେ ‘ହକି ଇଣ୍ଡିଆ ଖେଳାଳି, ପ୍ରଶିକ୍ଷକ, ଆୟୋଜକ, ପ୍ରଶଂସକ ଓ ଅଧିକାରୀଙ୍କ ହିତକୁ ଧ୍ୟାନରେ ରଖି ବାର୍ଷିକ ଜାତୀୟ ଚାମ୍ପିୟନସିପ୍ ସ୍ଥଗିତ ରଖିବାକୁ ବାଧ୍ୟ ହେଉଛୁ’ ବୋଲି କହିଛନ୍ତି। ତେବେ କୋଭିଡ-୧୯ ସ୍ଥିତିକୁ ଦେଖି ପରେ ଏଥିଲାଗି ନୂଆ ତାରିଖ ଘୋଷଣା କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

ହକି ଇଣ୍ଡିଆଙ୍କ ଏହି ନିଷ୍ପତ୍ତି ଯୋଗୁ  ଏପ୍ରିଲ ୨୯ରୁ ଆରମ୍ଭ ହେବାକୁ ଥିବା ସବୁ ବର୍ଗର ୧୦ମ ଜାତୀୟ ପ୍ରତିଯୋଗୀତା ପ୍ରଭାବିତ ହୋଇଛି। ଏହି ସବୁ ପ୍ରତିଯୋଗୀତା ରାଞ୍ଚୀ  ଝାରଖଣ୍ଡ, ତାମିଲନାଡୁର ଚେନ୍ନାଇ, ହରିୟାଣାର ହିସାର, ମଣିପୁରର ଇମ୍ପାଲ ଓ ଆସାମର ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିଲା।  

   Related Posts