Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କଳିଙ୍ଗ ସେନାକୁ ହକି ଇଣ୍ଡିଆର ଚିଠି ; ଶାହାରୁଖ ଖାନ୍‌ଙ୍କୁ ବିରୋଧ ନକରିବାକୁ ଅନୁରୋଧ

26/11/2018 at 3:55 PM

ଭୁବନେଶ୍ବର ୨୬|୧୧:  ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ଆସୁଥିବା ଶାହରୁଖ ଖାନଙ୍କୁ ବିରୋଧ ନକରିବାକୁ କଳିଙ୍ଗ ସେନାକୁ ଚିଠି ଲେଖିଲା ହକି ଇଣ୍ଡିଆ । ହକି ବିଶ୍ବକପ ଆୟୋଜନ ଓଡିଶା ଏବଂ ଭାରତ ପାଇଁ ଗର୍ବ ଓ ଗୌରବ । ଏହାର ଭବ୍ୟ ଉଦଘାଟନୀ ଉତ୍ସବ ସାରା ବିଶ୍ବ ଦେଖିବ । ତେଣୁ ଏହି ଅବସରରେ ଶାହାରୁଖଙ୍କ ଭଳି ସମ୍ମାନିତ ନିମନ୍ତ୍ରିତ ଅତିଥିଙ୍କୁ ବିରୋଧ କରିବା ଦ୍ବାରା ତାହା ରାଜ୍ୟ ଏବଂ ଦେଶର ଛବି ଖରାପ କରିବ । ଏହାକୁ ଆଖିରେ ରଖି ଶାହାରୁଖଙ୍କୁ ବିରୋଧ ନକରିବାକୁ କଳିଙ୍ଗସେନାକୁ ଅନୁରୋଧ କରିଛନ୍ତି ହକି ଇଣ୍ଡିଆ ଅଧ୍ୟକ୍ଷ ମୁସ୍ତାକ ଅହମ୍ମଦ । ଅଶୋକା ଚଳଚିତ୍ରରେ ଓଡିଶାକୁ ଅପମାନିତ କରାଯାଇଥିବା ଅଭିଯୋଗ କରିଛି କଳିଙ୍ଗସେନା । ଫଳରେ ଶାହାରୁଖ ଖାନଙ୍କ ଓଡିଶା ଗସ୍ତକୁ ବିରୋଧ କରାଯିବା ନେଇ ଚେତାବନୀ ଦେଇଛି କଳିଙ୍ଗ ସେନା ।

   Related Posts