ହକି ଅଲମ୍ପିକ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ଦୁଇ ଓଡିଆ ଖେଳାଳୀ ଦଳରେ ସାମିଲ

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: ହକି ଇଣ୍ଡିଆ ମଙ୍ଗଳବାର ଦିନ ଓଡିଶାରେ ହେବାକୁ ଥିବା ଏଫଆଇଏଚ ମେନ୍ ସିରିଜ୍ ଫାଇନାଲ୍ସ ପାଇଁ ୧୮ଜଣିଆ ଭାରତୀୟ ହକି ଟିମ୍ ଘୋଷଣା କରିଛି । ଏହି ପ୍ରତିଯୋଗିତା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ଜୁନ୍ ୬ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଟିମ୍ ର କ୍ୟାପଟେନ୍ ଦାୟିତ୍ବ ମନପ୍ରୀତ ସିଂହଙ୍କୁ ଦିଆଯାଇଛି । ମନପ୍ରୀତ ସିଂହଙ୍କ ନେତୃତ୍ବରେ ଅଲମ୍ପିକ୍ ଖେଳିବ ଭାରତୀୟ ଦଳ ।

ଟିମ୍ ରେ ୨ ଓଡିଆ ସାମିଲ ହୋଇଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିତ ଦାସଙ୍କୁ ଦଳରେ ସାମିଲ୍ କରାଯାଇଛି । ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି ।

ପ୍ରାୟ ୯ମାସ ପରେ ଷ୍ଟ୍ରାଇକର ରମନଦୀପ ସିଂହ ଦଳକୁ ଫେରିଛନ୍ତି । ଭାରତୀୟ ଟିମ୍ ର ଏହି ପ୍ରତିଯୋଗିତାରେ ପୁଲ୍ ଏରେ ଋଶ, ପୋଲାଣ୍ଡ, ଉଜବେକିସ୍ତାନ ସହ ରଖାଯାଇଛି । ଯେଉଁଠି ପୁଲ୍ ବି ରେ ଜାପାନ, ମେକ୍ସିକୋ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକାର ଟିମ୍ ରହିଛି ।

ଭାରତୀୟ ଟିମ୍ ରେ ରହିଛନ୍ତି,

ଗୋଲକିପର- ପିଆର ଶ୍ରୀଜେଶ, କୃଷ୍ଣା ବି ପାଠକ

ଡିଫେଣ୍ଡର- ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ସୁରେନ୍ଦ୍ର କୁମାର, ବରୁଣ କୁମାର, ଆମିତ ରୋହିଦାସ, ଗୁରିନ୍ଦର ସିଂହ ।

ମିଡ୍ ଫିଲ୍ଡର- ମନପ୍ରୀତ ସିଂହ(ଅଧିନାୟକ), ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ, ନୀଳକଣ୍ଠ ଶର୍ମା ।

ଫରଓ୍ବାର୍ଡ- ମନଦୀପ୍ ସିଂହ, ଆକାଶଦୀପ ସିଂହ, ରମନଦୀପ ସିଂହ, ଗୁରସାହିବଜିତ ସିଂହ, ସିମରନଜିତ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.