Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତୀୟ ବଜାରକୁ ଆସିଲା ହୋଣ୍ଡା H’Ness CB 350, ଏବେ ରୟାଲ୍‌ ଏନ୍‌ଫିଲ୍ଡ କ୍ଲାସିକ୍‌କୁ ଦେବ ଟକ୍କର

23/10/2020 at 5:04 PM

ନୂଆଦିଲ୍ଲୀ ୨୩/୧୦: ନଭେମ୍ବର ୬ରେ ରୟାଲ୍‌ ଏନ୍‌ଫିଲ୍ଡ କ୍ଲାସିକ୍‌ ମେଟେଓର ୩୫୦ ବଜାରକୁ ପ୍ରବେଶ କରିବ। ଠିକ୍‌ ଏହା ପୂର୍ବରୁ ରୟାଲ୍‌ ଏନ୍‌ଫିଲ୍ଡ କ୍ଲାସିକ୍‌କୁ ଟକ୍କର ଦେବାକୁ ବଜାରରେ ପହଞ୍ଚିସାରିଛି ହୋଣ୍ଡା ହାଏନେସ୍‌ ସିବି ୩୫୦(H’Ness CB 350) । ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ଷ୍ଟାଇଲିଙ୍ଗ ମୋଟରସାଇକେଲ୍‌ H’Ness CB 350 ଭାରତକୁ ଡେଲିଭରି ଆରମ୍ଭ କରିଛି।

ଯେଉଁ ଗ୍ରାହକ H’Ness CB 350 ପାଇଁ ପୂର୍ବରୁ ଅର୍ଡର ଦେଇଥିଲେ ସେମାନେ ଏହି ପୂଜାରେ ଏହି ବାଇକ୍‌ର ଭରପୁର ମଜା ଉଠାଇପାରିବେ। ହୋଣ୍ଡା ନିଜର ରେଟ୍ରୋ ଷ୍ଟାଇଲ୍‌ ବାଇକ୍‌କୁ ବଜାରରେ ପ୍ରବେଶ କରିବା ପୂର୍ବରୁ ଖୁବ ପ୍ରଚାର କରିଥିଲା।  H’Ness CB 350 ପାଇଁ ଗ୍ରାହକଙ୍କ ମନରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ବଜାରରେ ରେଟ୍ରୋ ବାଇକ୍‌ H’Ness CB 350 ପ୍ରବେଶ କରିବା ପରେ ଏହାର ବିକ୍ରି ଅଧିକ ହେବ ବୋଲି ଆଶା କରିଛି କମ୍ପାନୀ।

ତେବେ ଭାରତରେ ଏହାର ବିକ୍ରି ଦାୟିତ୍ବ ବିଗ୍‌ଓ୍ବିଙ୍ଗ ନେଟଓ୍ବାର୍କକୁ ଦେଇଛି କମ୍ପାନୀ। ତେବେ ଆପଣ ଚାହିଁଲେ ଏହି ରେଟ୍ରୋ ଷ୍ଟାଇଲ୍‌ ବାଇକ୍କୁ ୫୦୦ ଟଙ୍କା ଟୋକ୍‌ନରେ ବୁକ୍‌ କରିପାରିବେ। H’Ness CB 350 ଦୁଇଟି ଭ୍ୟାରିଏଣ୍ଟରେ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ଡିଏଲଏକ୍ସର ଏକ୍ସ ସୋରୁମ୍‌ ମୂଲ୍ୟ ୧.୮୫ ଲକ୍ଷ ହୋଇଥିବା ବେଳେ ଡିଏଲଏକ୍ସ ପ୍ରୋର ମୂଲ୍ୟ ୧.୯୦ ଲକ୍ଷ ରହିଛି।

H’Ness CB 350ରେ ୩୪୮ ସିସିର ସିଙ୍ଗଲ୍‌ ସିଲିଣ୍ଡର, ଫ୍ୟୁଲ୍‌ ଇଂଜେକ୍ଟେଡ୍‌ ଓ ଏୟାର କୁଲ୍‌ଡ୍‌ ଇଞ୍ଜିନ୍‌ ଲାଗିଛି। ଯାହାକୁ ୫ ସ୍ପିଡ୍‌ ଗିୟରବକ୍ସ ସହ ଯୋଡ଼ାଯାଇଛି। ଏହି ଇଞ୍ଜିନ୍‌ ୨୦.୮ ଏଚପି ଓ ୩୦ ଏନଏମ୍‌ ଟର୍କ ଜେନେରେଟ୍‌ କରିବ।

H’Ness CB 350ର ଫିଚ୍‌ର ବି ଦମଦାର ରହିଛି। ଏଥିରେ ବ୍ଲୁଟୁଥ୍‌ କନେକ୍ଟିଭିଟି ସୁବିଧା ରହିଛି। ମୋବାଇଲ୍‌ ଫୋନ୍‌ ଗାଡ଼ିର ମିଟର ସହ କନେକ୍ଟ କରିହେବ। ଏଥିରେ ବ୍ୟାଟେରି ହେଲ୍ଥ ମନିଟର, ଏଲଇଡି ଲାଇଟ୍‌ ସିଷ୍ଟମ ରହିଛି। ଏହାସହ ଭଏସ୍‌ କଂଟ୍ରୋଲ୍‌ ସିଷ୍ଟମ ଥିବା ବେଳେ ପୂର୍ବରୁ ଏଥିରେ ଡୁଆଲ୍‌ ହର୍ଣ୍ଣ ଖଞ୍ଜିଛି କମ୍ପାନୀ।  

   Related Posts