ଆଶ୍ୱସ୍ତି: ଖୋଜିନିଆଗଲା ଓମିକ୍ରନ ଭାଇରସର ଜବାବ ! ଏବେ ତିଆରି ହେବ ଭାକ୍ସିନ

Published By : Prameya-News7 Bureau | December 01, 2021 IST

ପୋକ ଫୁ ଲାମ ୧।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ଗୋଟିଏ ପଟେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଅନ୍ୟପଟେ ହଙ୍ଗକଙ୍ଗ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହାକୁ ଡିକୋଡ କରିଥିବା ଦାବି କରିଛନ୍ତି।  ଭୂତାଣୁ ସଂକ୍ରମଣରେ ବୈଜ୍ଞାନିକଙ୍କ ଏହି ଦାବି ଏବେ ଆଶ୍ୱସ୍ତ କରିଛି। ଭୂତାଣୁର ଗବେଷଣା କାଳରେ ବୈଜ୍ଞାନିକମାନେ ଓମିକ୍ରନ ଉପରେ ଭାକ୍ସିନର ପ୍ରଭାବ ପଡିବ କି ନା ସେ ନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି।

ଏହି ଗବେଷଣା ସହ ହଙ୍ଗକଙ୍ଗ ବିଶ୍ୱବିଦ୍ୟାଳୟ (ଏଚକେୟୁ)ର ବୈଜ୍ଞାନିକମାନେ ସାମ୍ପଲରୁ ଓମିକ୍ରନ କରୋନା ଭାଇରସ ଭାରିଏଣ୍ଟକୁ ପୃଥକ କରିବାରେ ବିଶ୍ୱରେ ପ୍ରଥମ ଏସିୟ ପାଲଟିଛନ୍ତି।  ଏଚକେୟୁଙ୍କ ମାଇକ୍ରୋ ବାୟୋଲଜି ବିଭାଗଙ୍କ ଗବେଷକମାନେ ନମୁନାରୁ ସାର୍ସ କୋଭ-୨ରୁ ଓମିକ୍ରନ ଭାରିଏଣ୍ଟକୁ ପୃଥକ କରିବାରେ ସଫଳ ହୋଇଛନ୍ତି। ଭୂତାଣୁ ଡିକୋଡ ହୋଇସାରିଥିବାରୁ ଏବେ ଏହାର ପ୍ରତିରୋଧ ଲାଗି ଭାକ୍ସିନ  ବିକଶିତ କରିବାକୁ ଏବେ ବୈଜ୍ଞାନିକ ସକ୍ଷମ ହୋଇପାରିବେ। 

{"id":552746,"sizeSlug":"full","linkDestination":"none"}

ଗତ ନଭେମ୍ବର ୨୫ ତାରିଖ ଦିନ ହଙ୍ଗକଙ୍ଗରେ କରୋନାର ଓମିକ୍ରନ ଭାରିଏଣ୍ଟ ସଂକ୍ରମିତ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ୪ ଦିନ ପରେ ଅର୍ଥା ଗତ ସୋମବାର ରାତିରେ ଏଚକେୟୁର ବୈଜ୍ଞାନିକ ଏହାକୁ ଡିକୋଡ କରିବାରେ ସଫଳ ହେବା ସହ ଦେଶଦୁନିଆକୁ ସୂଚିତ କରିଦେଇଥିଲେ। ଭୂତାଣୁର ଏହି ଭାରିଏଣ୍ଟ ନେଇ ପ୍ରଥମେ ଦକ୍ଷିଣ ଆଫ୍ରିକା ପୁଷ୍ଟି କରିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ବିଶ୍ୱର ୧୭ ଦେଶକୁ ଭୂତାଣୁର ଏହି ପ୍ରକାର ପହଞ୍ଚିଗଲାଣି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭୂତାଣୁ ପ୍ରକାର ନେଇ ଉଦବେଗ ପ୍ରକାଶ କରିବା ସହ ଏ ବାବଦେ ସମଗ୍ର ବିଶ୍ୱକୁ ସତର୍କ ହେବା ଲାଗି ସୂଚିତ କରିଥିଲେ। ନୂଆ ଭାରିଏଣ୍ଟ ଚିହ୍ନଟ ପରେ ସାରା ବିଶ୍ୱର ବୈଜ୍ଞାନିକ ଏହା ଉପରେ କୋଭିଡ ପ୍ରତିରୋକଧକ ଭାକ୍ସିନ କାମ କରିବ କି ନା ସେ ନେଇ ଚିନ୍ତିତ ହୋଇପଡିଥିବା ବେଳେ ଏବେ ଭୂତାଣୁ ଡିକୋଡ ହୋଇଥିବାରୁ ବୈଜ୍ଞାନିକଙ୍କୁ ଆସ୍ୱସ୍ଥ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.