ସେନା ନେଲା ପ୍ରତିଶୋଧ, ଯବାନଙ୍କ ଗୁଳିରେ ହିଜ୍‌ବୁଲ୍‌ କମାଣ୍ଡର ରିଆଜ ନାଇକୁ ନିହତ

Published By : Prameya-News7 Bureau | May 06, 2020 IST

ଶ୍ରୀନଗର ୦୬।୦୫: ଜାମ୍ମୁ କାଶ୍ମୀରରେ ସେନାବାହିନୀ ନେଇଛି ପ୍ରତିଶୋଧ । ମୋଷ୍ଟ ଓ୍ୱାଣ୍ଟେଡ ହିଜବୁଲ କମାଣ୍ଡର ରିଆଜ ନାଇକୁ ଯବାନଙ୍କ ଗୁଳିରେ ନିହତ ହୋଇଛି । ଏହାଫଳରେ ମେଜର ଆଶୁତୋଷ ଶର୍ମା ଏବଂ ଅନ୍ୟ ୭ଜଣ ବୀର ଯବାନଙ୍କ ବଳିଦାନର ବଦ୍‌ଲା ନେଇଛି ଭାରତୀୟ ସେନା । ବୁଧବାର ପୁଲୱାମା ଜିଲ୍ଲାର ଅବନ୍ତିପୋରାର ବେଗପୋରା ଅଞ୍ଚଳରେ ଘମାଘୋଟ ଗୁଳି ବିନିମୟରେ ଆତଙ୍କୀ ସଂଗଠନ ହିଜବୁଲର କମାଣ୍ଡର ରିୟାଜ ନାଇକୁକୁ ଶୀକାର କରିଛନ୍ତି ସୁରକ୍ଷାକର୍ମୀ ।

wp:html /wp:html

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ମଙ୍ଗଳବାର ରାତିରେ ପୁଲୱାମା ଜିଲ୍ଲାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ସେନାକୁ ମିଳିଥିଲା । ଖବର ମିଳିବା ମାତ୍ରେ ସେନା ସ୍ଥାନୀୟ ପୋଲିସ ସହାୟତାରେ ବଡ ଧରଣର ଅପରେସନ ଆରମ୍ଭ କରିଥିଲା । ସେନା ପୁରା ଅଞ୍ଚଳକୁ ଘେରିବା ଦେଖି ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ । କିନ୍ତୁ ସେନା ଏହାର ଦୃଢ ଜବାଜ ଦେଇଥିଲେ । ତେବେ ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ୪୦କିଲୋଗ୍ରାମ IED ସହିତ ଏକ ଘର ବିସ୍ଫୋରଣ କରିଥିଲା । ହିଜବୁଲ କମାଣ୍ଡର ରିୟାଜ ନାଇକୁ ଏହି ଘରେ ଲୁଚି ରହିଥିଲେ। ଏହି ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାର ଅନ୍ୟ ସହଯୋଗୀ ଘରେ ଲୁଚି ରହିଛି। ବର୍ତ୍ତମାନ ସମୟରେ ଏନକାଉଣ୍ଟର ଜାରି ରହିଛି।

ଗତକିଛି ଦିନ ହେଲା ହିଜବୁଲ୍‌ ମୁଜାହିଦ୍ଦୀନ ପୂର୍ବ କମାଣ୍ଡର ନିହତ ହେବା ପରେ ରିୟାଜ ନାଇକୁ ସଂଗଠନ ଦାୟିତ୍ୱ ସମ୍ଭାଳିଥିଲା । ଏବଂ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ଉଦ୍ୟମ କରୁଥିଲା । କିନ୍ତୁ ସେନା ବାହିନୀଙ୍କୁ ତୀକ୍ଷ୍ନ ନଜର ଯେ୍ାଗୁଁ ରିୟାଜ ନାଇକୁ ନିଜ କାର୍ଯ୍ୟ ଅସଫଳ ହୋଇଥିଲା । ସେହିପରି ଜାମ୍ମୁ-କାଶ୍ମୀରରେ ଘଟିଥିବା ବିଭିନ୍ନ ହିଂସାରେ ସାମିଲ ଥିଲା ରିୟାଜ ନାଇକୁ । ଯେପରି କି କିଛିଦିନ ତଳେ ମେଜର ଏବଂ ୭ଜଣ ଯବାନଙ୍କ ସହିଦ ହୋଇଥିଲା । ଏହି ଆକ୍ରମଣର ମୁଖ୍ୟ ରିୟାଜ ନାଇକୁ ଥିଲା ବୋଲି ଜଣାପଡିଥିଲା । ଏହାପରେ ସେନା ବାହିନୀ ଏକ ବଡଧରଣର ଅପରେସନ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.