Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କାଶ୍ମୀର ଲୋକଙ୍କୁ ଧମକ ଦେଲେ ହିଜବୁଲ ମୁଜାହୀଦ୍ଦିନ, କହିଲେ ଦୋକାନ, ବଜାର ବନ୍ଦ କର ନହେଲେ ପରିସ୍ଥିତି ଭୟଙ୍କର ହେବ…

31/08/2019 at 2:53 PM

ନୂଆଦିଲ୍ଲୀ୩୧|୮: ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାଶ୍ମରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଇଆସୁଥିବା ବେଳେ ଆତଙ୍କବାଦୀ ଗୋଷ୍ଠୀ ସେଠାରେ ଅଶାନ୍ତି ବାତାବରଣ ସୃଷ୍ଟି କରୁଛନ୍ତି। ଜମ୍ମୁ-କାଶ୍ମୀରର ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଛନ୍ତି। ଆତଙ୍କୀ ସଂଗଠନ ମୁଜବୁଲ ମୁଜାହୀଦ୍ଦିନ ଏକ ଚିଠି ଜାରି କରିଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜମ୍ମୁ-କାଶ୍ମୀରରେ ଦୋକାନ ଓ ବଜାର ବନ୍ଦ ରଖିବା ସହ ଦୋକାନ ମାଲିକଙ୍କୁ ଧମକ ଦିଆଯାଇଛି। ଗାଡି,ମୋଟର ଚଳାଚଳ ବନ୍ଦ ରଖିବା ପାଇଁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। କାଶ୍ମରବାସୀଙ୍କୁ ଘରୁ ନ ବାହାରିବା ପାଇଁ ଆତଙ୍କବାଦୀ ​‌ଚରମ ଚେତାବନୀ ଦେଇଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ କଥା ନମାନି ଗାଡି ଚଳାଚଳ କରିବେ ତାଙ୍କ ଗାଡି ନମ୍ବର ଚିହ୍ନଟ କରି ତାଙ୍କୁ ଦଣ୍ଡ ଦିଆଯିବ। ସ୍କୁଲ ଓ କଲେଜ ନଖୋଲିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ସ୍କୁଲ ଯିବା ପାଇଁ ରାସ୍ତାରେ କୌଣସି ଝିଅ ଯେମିତି ଦେଖା ନଯାଆନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି। କାଶ୍ମୀରବାସୀଙ୍କୁ  ସିଧାସଳଖ ଧମକ ଦେଇ ହିଜବୁଲ ଆତଙ୍କୀ ସଂଗଠନ ଆହୁରି​‌ ଲେଖିଛନ୍ତି ଯେ, ମାଆ ଓ ଝିଅ ଘରୁ ବାହାରିଲେ ତାଙ୍କ ଇଜ୍ଜତ ପ୍ରତି ବିପଦ ରହିଛି।

ସୂଚନାଯୋଗ୍ୟ ଯେ ,ଗତ ଗୁରୁବାର ଦିନ ଶ୍ରୀନଗରରେ ଜଣେ ଦୋକାନୀଙ୍କୁ ଆତଙ୍କବାଦୀମାନେ ଫାରିଂ ହତ୍ୟା କରିଥିଲେ।ମୃତକ ଦୋକାନୀ ପରିଚୟ ମିଳିଛି। ତାଙ୍କ ନାଁ ହେଉଛି ଗୁଲାମ ମହମ୍ମଦ। ଏନେଇ ସେନାମୁଖ୍ୟ ବିପିନ ରାଓ୍ବାତ ଗତ ଶୁକ୍ରବାର ଦିନ କାଶ୍ମୀରରେ ପହଞ୍ଚି ସୁରକ୍ଷା ସଂପର୍କରେ ପଚାରି ବୁଝିଥିଲେ।

   Related Posts