ଆଇଏସଏଫ ଗୁଳିରେ ହିଜବୂଲ୍ କମାଣ୍ଡର୍ ମସୁଦ ନିହତ : ତ୍ରାଲ୍ ପରେ ଡୋଡା ଜିଲ୍ଲା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ, କାଶ୍ମୀର ଡିଜିପିଙ୍କ ସୂଚନା

Published By : Prameya-News7 Bureau | June 29, 2020 IST

ଶ୍ରୀନଗର ୨୯/୦୬ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି | ଆତଙ୍କବାଦୀଙ୍କୁ ଜାମ୍ମୁ କାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଭାରତୀୟ ସୁରକ୍ଷାବଳର ଅଭିଯାନରେ ଆଜି ଡୋଡା ଜିଲ୍ଲା ମଧ୍ୟ ସାମିଲ ହୋଇଛି | ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା କାଶ୍ମୀର ତ୍ରାଲ ସେକ୍ଟର ପରେ ଏବେ ଭାରତୀୟ ସୁରକ୍ଷାବଳ ଡୋଡା ଜିଲ୍ଲାରେ ମଧ୍ୟ ସଫଳତା ହାସଲ କରିଛନ୍ତି | କାଶ୍ମୀର ପୋଲିସର ଡିଜିପି ଦୀଲବାଗ ସିଂହ ଲସ୍କର-ଏ-ତୋଇବାର ୨ ଆତଙ୍କବାଦୀଙ୍କ ନିହତ ଖବର ଦେବା ସହ ଡୋଡା ଜିଲ୍ଲା ଆତଙ୍କବାଦ ମୁକ୍ତ ହେବା ଘୋଷଣା କରିଛନ୍ତି |

ଡିଜିପି ଦୀଲବାଗ ସିଂହ କହିଛନ୍ତି ଯେ, ଅନନ୍ତନାଗ ଖୁଲ ଚୋୖହାର ଅଞ୍ଚଳରେ ପୋଲିସ ଓ ଲୋକାଲ ରାଷ୍ଟ୍ରୀୟ ରାଇଫଲ ୟୁନିଟ ସୋମବାର ଦିନ ସକାଳେ ଏନକାଉଣ୍ଟରରେ ଲସ୍କର-ଏ-ତୋଇବାର ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ | ପ୍ରାଣ ହରାଇଥିବା ଦୁଇ ଆତଙ୍କବାଦୀ ମଧ୍ୟରୁ ଜଣେ ଲସ୍କର ଜିଲ୍ଲା କମାଣ୍ଡର ଥିଲା ଓ ଅନ୍ୟ ଜଣେ ହିଜବୂଲ ମୁଜାହିଁଦ୍ଦିନ କମାଣ୍ଡର ମସୁଦ ଥିଲା | ଦୀଲବାଗ ସିଂହ ଆତଙ୍କବାଦୀଙ୍କ ନିହତ ଖବର ସହ କହିଛନ୍ତି ଯେ ସୁରକ୍ଷାବଳ ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିଦେଇଛନ୍ତି |

ସୂଚନାଯୋଗ୍ୟ ଯେ, ଜାମ୍ମୁ କାଶ୍ମୀର ଅନନ୍ତନାଗ ସେକ୍ଟରରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି | ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ଖୁଲ ଚୋୖହାରରେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା | ସୂଚନା ଆଧାରରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା | ସର୍ଚ୍ଚ ଅପରେସନ ପରେ ଆତଙ୍କବାଦୀ ଫାଇରିଙ୍ଗ ଆରମ୍ଭ କରିଥିଲେ | ଉଭୟ ପକ୍ଷରୁ ଚାଲିଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିଲେ | ନିହତ ଆତଙ୍କବାଦୀଙ୍କ ମଧ୍ୟରେ ୨ଜଣ ଲସ୍କର ଓ ହଳବୁଲ କମାଣ୍ଡର ସାମିଲ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.