ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ପପ୍ ଗାୟିକା ଶିବାନୀ ଭାଟିଆଙ୍କ ପରଲୋକ : କାର୍ଯ୍ୟକ୍ରମ ପାଇଁ ଯାଉଥିଲେ ଆଗ୍ରା

Published By : Prameya-News7 Bureau | January 30, 2019 IST

ନୂଆଦିଲ୍ଲୀ ୩୦/୧: ଯମୁନା ଏକ୍ସପ୍ରେସ ହାଇୱେରେଠାରେ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଦିଲ୍ଲୀର ପ୍ରସିଦ୍ଧ ପପ୍ ଗାୟିକା ଶିବାନୀ ଭାଟିଆଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ସହ ଥିବା ସ୍ବାମୀ ନିଖିଲ ଭାଟିଆ ମଧ୍ୟ ଗୁରୁତର ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

{"id":79726,"width":599,"height":449}

ସୂଚନା ଅନୁସାରେ ସ୍ବାମୀ ସ୍ତ୍ରୀ ସୋମବାର ଦିନ ଆାଗ୍ରାରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କାରରେ ଯାଉଥିବାବେଳେ ସୁରିର କୋଟଓ୍ବାଲି ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା। ତାଙ୍କ କାର୍ କୈାଣସି ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ ଚୁରମାର ହୋଇଯାଇଥିଲା।

{"id":79728,"width":597,"height":577}

କାର୍ ଅତି ଦ୍ରୃତ ଗତିରେ ଯାଉଥିଲା। କାର୍ ଧକ୍କା ଦେବା କ୍ଷଣି ଭାଙ୍ଗି ଚୁରମାର ହୋଇଯାଇଥିଲା। ପୋଲିସ୍ ଏବଂ ଏକ୍ସପ୍ରେସ  ହାଇୱେର କର୍ମଚାରୀମାନେ ଦୁଇଜଣଙ୍କୁ କୈାଣସିମତେ କାରରୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବାବେଳେ ଶିବାନୀଙ୍କ ମୃତ୍ୟୁ ହୋଇଯାଇଥିଲା।

{"id":79732,"width":594,"height":594}

ଗାୟିକା ଶିବାନୀ ବିହାରର ସିତାମାଢ଼ୀର ବାସିନ୍ଦା । କିନ୍ତୁ କିଛି ବର୍ଷ ହେଲା ତାଙ୍କ ବୃତ୍ତି ପାଇଁ ସେ ଦିଲ୍ଲୀର ଲାଜପତନଗରରେ ପରିବାର ସହ ରହୁଥିଲେ। ଶିବାନୀ ମୁଖ୍ୟତଃ ଦିଲ୍ଲୀରୁ ନୋଏଡ଼ା ପାଖାପାଖି ଅଞ୍ଚଳରେ  ଷ୍ଟେଜ୍ ଶୋ ଦକରୁଥିଲେ। ଶିବାନୀଙ୍କ ମୃତ୍ୟୁ ଖବର ପାଇ ସମଗ୍ର ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶିବାନୀଙ୍କ ଶବକୁ ପୋଷ୍ଟମର୍ଟମ କରିବାକୁ ତାଙ୍କ ପରିବାର ଲୋକେ ବାରଣ କରିଛନ୍ତି।  

{"id":79733,"width":600,"height":602}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.