ପୋଡି ହୋଇ ଆତ୍ମହତ୍ୟା କଲେ ଏଚ୍ଆଇଭି ଆକ୍ରାନ୍ତ
13/12/2019 at 11:06 PM

ବାରିପଦା ୧୩।୧୨- ଏଚ୍ଆଇଭି ଆକ୍ରାନ୍ତଙ୍କ ଆତ୍ମହତ୍ୟା । ଦେହରେ କିରାସିନି ଢାଳି ନିଆଁ ଲଗାଇ ସେ ଜୀବନ ହାରିଛନ୍ତି । ମୟୂରଭଞ୍ଜ ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ ଏଭଳି ଘଟଣା ଘଟିଛି ।
ମୃତକଙ୍କ ପରିବାରରେ କେହି ନ ଥିବାରୁ ଗାଁ ମୁଣ୍ଡରେ ସେ ଏକୁଟିଆ ରହୁଥିଲେ । ତେବେ ଦୀର୍ଘ ତିନି ବର୍ଷ ହେଲା ଚିକିତ୍ସିତ ହୋଇ ଆସୁଥିଲେ ମଧ୍ୟ ସାମାଜିକ ବାସନ୍ଦ ଓ ମାନସିକ ଚାପ ଯୋଗୁଁ ଆଜି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀର ଅଶୀ ଭାଗ ଜଳି ଯାଇଥିବା ବେଳେ ରାଇରଙ୍ଗପୁର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।