Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଚଆଇଭି ସଂକ୍ରମିତ ହେବା କଥା ଲୁଚାଇ ବିବାହ କଲେ ଯୁବକ : ପତ୍ନୀ ସଂକ୍ରମିତ

1/09/2020 at 12:55 PM

ଜିନ୍ଦ ୧/୯: ହରିୟାଣାର ଜିନ୍ଦରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଏଠାରେ ଜଣେ ଯୁବକ ଏଚଆଇଭି ସଂକ୍ରମିତ ଥିଲେ ଏବଂ ସେ ଏକଥା ଲୁଚାଇ ବିବାହ କରିଥିଲେ। ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଚଆଇଭି ସଂକ୍ରମିତ ହୋଇଯାଇଥିଲେ। ପୋଲିସ୍ ଏହି ଠକେଇରେ ସ୍ବାମୀ ସମେତ ୪ଜଣଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ମହିଳା ପୋଲିସକୁ କହିଥିଲେ ଯେ ବିବାହ ପରେ ଶାଶୁଘର ଲୋକେ ଯୌତୁକକୁ ନେଇ ତାଙ୍କୁ ପ୍ରତାରିତ କରିବାକୁ ଲାଗିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା ଏବଂ ଯାଞ୍ଚରୁ ଜଣା ପଡ଼ିଥିଲା ଯେ ସେ ଏଚଆଇଭି ପଜିଟିଭ।

ପୀଡ଼ିତ ମହିଳାଙ୍କ ବିବାହ ଗତ ବର୍ଷ କ୍ୟାଥଲରେ ରହୁଥିବା ଯୁବକଙ୍କ ସହ ହୋଇଥିଲା। ତାଙ୍କୁ ପରେ ଜଣା ପଡ଼ିଥିଲା ଯେ ତାଙ୍କ ସ୍ବାମୀ ବିବାହ ପୂର୍ବରୁ ହିଁ ଏଚଆଇଭି ସଂକ୍ରମିତ ଥିଲେ। ଏହା ପରେ ଶାଶୁ ଘର ଲୋକେ ସମାଜର ଡର ଦେଖାଇ ତାଙ୍କୁ ଚୁପ୍ ରହିବାକୁ କହିଥିଲେ ଏବଂ ଧମକ ମଧ୍ୟ ଦେଇଥିଲେ।

ମହିଳାଙ୍କ ଅଭିଯୋଗରେ ମହିଳା ଥାନା ପୋଲିସ୍ ତାଙ୍କ ସ୍ବାମୀ,ନଣନ୍ଦ,ଶ୍ବଶୁର ସହିତ ୪ଜଣଙ୍କ ବିରୋଧରେ ଠକେଇ,ଯୌତୁକ ନିର୍ଯାତନା ସମେତ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି।

   Related Posts