ଚିଟଫଣ୍ଡ ଘୋଟାଲା : ପୂର୍ବତନ ଗୃହମନ୍ତ୍ରୀ ଏବଂ ଅଧଡଜନେରୁ ଅଧିକ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 23, 2019 IST

ରାୟପୁର ୨୩/୭: ଏକ ଚିଟଫଣ୍ଡର ମାମଲାରେ ସନଶାଇନ୍ କମ୍ପାନୀର ନିର୍ଦେଶକ,ସଞ୍ଚାଳକ,ପ୍ରଚାରକ ଏବଂ ଏଥିପାଇଁ ଅନୁମତି ଦେଇଥିବା ୬ଜଣ ଆଇଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଛତିଶଗଡର ମହାସମୁଦ ଜିଲ୍ଲା ଅନ୍ତର୍ଗତ ଖଲ୍ଲାରୀ ଥାନାରେ ଏ ନେଇ ଦୁଇଟି ଅଲଗା ଅଲଗା ମାମଲା ରୁଜୁ ହୋଇଛି।

ଖଲ୍ଲାରୀ ଥାନାରେ ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି। ଏହି ମାମଲାରେ ଚିଟଫଣ୍ଡ କମ୍ପାନୀ ସନଶାଇନର ନିର୍ଦେଶକ ବନଓ୍ବାରୀ ଲାଲ ବଘେଲ,ବକିଲ ସିଂହ ବଘେଲ,ରାଜୀବ ଗିରିଙ୍କ ବ୍ୟତୀତ ପୂର୍ବତନ ଗୃହମନ୍ତ୍ରୀ ରାମସେବକ ପୈକରା, ଆଇଏଏସ୍ ଅଧିକାରୀ ରୀନା ବାବା ସାହେବ କଙ୍ଗାଲେ,ସିଦ୍ଧାର୍ଥ କୋମଲ ପରଦେଶୀ,ଭୀମ ସିଂହ,ନୀଲକଣ୍ଠ ଟେକାମ ଏବଂ ଅମୃତଲାଲ ଧ୍ରୃବଙ୍କ ନାଁ ମଧ୍ୟ ମାମଲା ଦାୟର ହୋଇଛି। ଏହା ବ୍ୟତୀତ ପୂର୍ବରୁ ଆଇପିଏସ୍ ଅଧିକାରୀ ରତନଲାଲ ଡାଙ୍ଗୀ ଏବଂ କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ଯେଉଁ ଆଇଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି ସେମାନେ ପୋଲିସ ବିଭାଗ ଏବଂ ରାଜ୍ୟ ପ୍ରଶାସନରେ ଉଚ୍ଚ ପଦରେ ଅଛନ୍ତି। ମାମଲା ରୁଜୁ ହେବାପରେ ମହାସମୁଦଠାରୁ ରାଜଧାନୀ ରାୟପୁର ଯାଏଁ ହଇଚଇ ସୃଷ୍ଟି ହୋଇଛି। ମାମଲା ଜଣାପଡ଼ିବା ପରେ ଅଧିକାରୀମାନେ ପୋଲିସଙ୍କ ଓ୍ବେବପୋର୍ଟାଲରୁ ଦୁଇଟି ମାମଲା ହଟାଇ ଦେଇଛନ୍ତି।

ଖଟ୍ଟି ବାସିନ୍ଦା ଦିନେଶ ପାନିକରଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ମାମଲା ରୁଜୁ କରିଛି। ଦିନେଶ ପାନିକର ଜଣେ ଦିନ ମଜୁରିଆ। ଅଭିଯୋଗରେ ସେ ଲେଖିଛନ୍ତି ଯେ ସନଶାଇନ୍ ଇନଫ୍ରା ବିଲ୍ଡ କର୍ପୋରେସନ ଲିମିଟେଡରେ ୧୩ଲକ୍ଷ ୧୧ହଜାର ୮୮୧ଟଙ୍କା ଜମା କରିଥିଲେ। ଏହା ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କକ ନାଁରେ ଜମା କରିଥିଲେ । ସେ ଏହି ଟଙ୍କା ଜମି ବିକି ନିଜର ଏବଂ ବାପାଙ୍କ ନାଁରେ ଇନଭେଷ୍ଟ କରିଥିଲା। ଏହି କମ୍ପାନୀ ସାଢ଼େ ୬ବର୍ଷ ମଧ୍ୟରେ ତାଙ୍କ ଟଙ୍କାକୁ ଦୁଇ ଗୁଣ କରିବାର ପ୍ରତିଶ୍ରୃତି ଦେଇଥିଲା। ପରେ ଏହି କମ୍ପାନୀ ଅଫିସରେ ତାଲା ଲଗାଇ ଫେରାର ହୋଇଯାଇଥିଲା।

ଦିନେଶ ଏହି ଅଭିଯୋଗ ଏସପି, ଥାନା ମୁଖ୍ୟ, ଇଡି ଏବଂ ପିଏମଓକୁ ମଧ୍ୟ ପଠାଇଥିଲେ । କିନ୍ତୁ ତାଙ୍କ ଅଭିଯୋଗ ଆଧାରରେ କୈାଣସି କାର୍ଯ୍ୟାନୁଷ୍ଠାନ ନହେବା ପ​‌ରେ ସେ ଉଚ୍ଚ ନ୍ୟାୟାଳୟର ସାହାଯ୍ୟ ନେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲା ରୁଜ୍ଜୁ କରିଛି ।   

ପାନିକର ଅଭିଯୋଗରେ କହିଥିଲେ ଯେ ସନଶାଇନ କମ୍ପାନୀର ନିର୍ଦେଶକ ବନଓ୍ବାରୀ ଲାଲ ବଘେଲ,ବକିଲ ସିଂହ ବଘେଲ,ରାଜୀବ ସିଂହ ,ସଞ୍ଜିବ ସିଂହ,ସୁରେନ୍ଦ୍ର ସିଂହ,ଧରମ ସିଂହ,କମ୍ପାନୀର କୋର କମିଟିର ସଦସ୍ୟ ରାଜୀବ ଗିରି ଏବଂ ସୀମା ଗିରି ଛତିଶଗଡ଼ରେ ଏହି କମ୍ପାନୀର ସଞ୍ଚାଳନ ଦାୟିତ୍ବରେ ଥିଲେ । ଏହି କମ୍ପାନୀର ଷ୍ଟାର ପ୍ରଚାରକ ରାମସେବକ ପୈକରା ଥିଲେ। ସୁପ୍ରିମ କୋର୍ଟ ଏହି କମ୍ପାନୀ ବନ୍ଦ କରିବାର ଆଦେଶ ଦେବା ପରେ ମଧ୍ୟ ଛତିଶଗଡ଼ରେ କମ୍ପାନୀ କାର୍ଯ୍ୟ କରୁଥିଲା। ସମସ୍ତ ଅଧିକାରୀ ରୀନା ବାବା ସାହେବ କଙ୍ଗାଲେ,ସିଦ୍ଧାର୍ଥ କୋମଲ ପରଦେସୀ,ଭୀମ ସିଂହ,ନୀଳକଣ୍ଠ ଟେକାମ ଏବଂ ଅମୃତଲାଲ ଧ୍ରୃବ ଏହି କମ୍ପାନୀକୁ ବାରମ୍ବାର କ୍ଲିନ ଚିଟ୍ ଦେଉଥିଲେ । ଯାହା ଫଳରେ କୋର ସମିତିର ସଦସ୍ୟ ଦିନେଶଙ୍କୁ ମିଛ ଆଶା ଦେଇ ଠକିବାରେ ସକ୍ଷମ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.