ହାଇଟେକ ଇଷ୍ଟେଷ୍ଟ ଆଣ୍ଡ ପ୍ରମୋଟର ପ୍ରାଇଭେଟ ଲିମିଟେଡର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଗିରଫ

Published By : Prameya-News7 Bureau | December 25, 2018 IST

ଭୁବନେଶ୍ୱର ୨୫/୧୨:  ହାଇଟେକ ଇଷ୍ଟେଷ୍ଟ ଆଣ୍ଡ ପ୍ରମୋଟର ପ୍ରାଇଭେଟ ଲିମିଟେଡର  କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ  ତିରୁପତି  ଚୌଧୁରୀ ଗିରଫ । ଦୁଇଟି ଅଭିଯୋଗ  ନେଇ ତିରୁପତିଙ୍କ ଗିରଫ କରାଯାଇଛି। ଜମି ​‌ ଯୋଗାଇବା ନାଁ​‌ରେ  ଗ୍ରାହକଙ୍କ ଠାରୁ ଟଙ୍କା  ଠକେଇ ଅଭିଯୋଗରେ ସହିଦ ନଗର ପୋଲିସ ତାଙ୍କୁ ଗିରଫ କରିଛି। ଭୁବନେଶ୍ବରର  ସ୍ନେହଲତା ପରିଡା ନାମକ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି।  ସହିଦନଗର ପୋଲିସ କେସ ନମ୍ବର  ୧୮୦/୧୮ରେତାଙ୍କ ବିରୋଧରେ  ଦଫା ୧୨୦ ଓ  ୩୪ ଲଗାଇଛି।  ୩ ଲକ୍ଷ ୫୦ ହଜାର ଟଙ୍କା ନେଇ ସ୍ନେହଲତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତିରୁପତି ।  ଜମି  ଯୋଗାଇ ନଥିଲେ କି  ଟଙ୍କା ମଧ୍ୟ  ​‌​‌ଫେରସ୍ତ କରି ନଥିଲେ । ଏହା ସହ ହାଇଟେକମେଡିକାଲ କଲେଜରେ ଏମବିବିଏସ ରେ ନାମ ଲେଖାଇବା ନେଇ ଟଙ୍କା କାରବାର ମାମଲାରେ  ଝାଡଖଣ୍ଡ ପୋଲିସ ତିରୁପତି  ଚୌଧୁରୀଙ୍କୁ  ରିମାଣ୍ଡରେ ନେବାକୁ   ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ହାଇଟେକ ମେଡିକାଲ କଲେଜରେ ନାମ ଲେଖାଇବା ନେଇ ତିରୁପତି  ଚୌଧୁରୀ ୫ ଲକ୍ଷ ଟଙ୍କା ଠକିଥିବା ନେଇ ଝାଡଖଣ୍ଡର ଗୋବିନ୍ଦପୁର  ଥାନାରେ ମାମଲା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.