ଘର ନାହିଁ ଟଙ୍କା ଚଳୁ: ଖାଇ ଗଲେ ଆବାସ ଯୋଜନା ଅର୍ଥ, ଚିନ୍ତାରେ ହିତାଧିକାରୀ

Published By : Prameya-News7 Bureau | April 26, 2021 IST

ବଲାଙ୍ଗୀର ୨୬/୪: ଖାଇ ଗଲେ ଆବାସ ଯୋଜନା ଅର୍ଥ । ହିତାଧିକାରୀଙ୍କ ଖାତାରେ ନାହିଁ ଆବାସ ଯୋଜନା ଟଙ୍କା । କିନ୍ତୁ ଘର ଶୀଘ୍ର ତିଆରି କରିବାକୁ ଆସୁଛି ନୋଟିସ୍ । ଆନନ୍ଦପୁର ବ୍ଲକ୍ ଧକୋଠା ପଞ୍ଚାୟତ ଜଳନଣ୍ଡା ଗାଁର ହିତାଧିକାରୀ ଏବେ ଟେନସନରେ । ଜଳନଣ୍ଡା ଗାଁର କାକିରି ନାୟକଙ୍କ ଏମିତି କରୁଣ କାହାଣୀ । ଭଙ୍ଗା ଦଦରା ଛଣ ଛପର ଘରେ ରୁହନ୍ତି ଅସହାୟ ବିଧବା ମହିଳା ।

ମୁଣ୍ଡ ଉପରେ ଛାତଟିଏ ପାଇଁ ସରପଞ୍ଚଙ୍କଠୁ ବ୍ଲକ ବାବୁଙ୍କ ଯାଏ ଦୌଡି ଦୌଡି ନୟାନ୍ତ । ଘର ଖଣ୍ଡେ ମାଗିଥିଲେ,ତା ପରିବର୍ତ୍ତେ ମିଳିଛି ପ୍ରଶାସନର ପ୍ରତାରଣା । ମହିଳାଙ୍କୁ ଠକି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ । କାଗଜ ପତ୍ରରେ କାକିରି ନାୟକଙ୍କୁ ଘର ମିଳିଥିବା ଲେଖାଯାଇଛି । ହେଲେ ଘର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିନି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପରିବାର ଲୋକେ । ସେ କହିଛନ୍ତି ଘଟଣାର ତଦନ୍ତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.