ମୃତ୍ୟୁ ଆସେ ଏମିତି : ବସ୍ ଷ୍ଟପରେ ଛିଆ ହୋଇଥିଲେ, ଧକ୍କା ଦେଇ ଚାଲିଗଲା ଅଜଣା ଏସୟୁଭି

Published By : Prameya-News7 Bureau | September 21, 2021 IST

ନୋଏଡା, ୨୧।୦୯ :  ମାଆ ଓ ଝିଅଙ୍କ ଉପରେ ମାଡିଗଲା କାର । ଜୀବନ ହାରିଲେ ଉଭୟ । ଏପରି ଅଭାବନୀୟ ଘଟଣା ଘଟିଛି ନୋଏଢା ସେକ୍ଟର ୩୭ ଅଞ୍ଚଳରେ । ମହିଳାଙ୍କ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଗ୍ରାର ରାମକରଣ ଶର୍ମା ପରିବାର ସହ ସଲାରପୁର ଜଏସଜେ ଆପାର୍ଟମେଣ୍ଟରେ ରୁହନ୍ତି । ସେ ପତ୍ନୀ ନୀରଜ ଶର୍ମା ଓ ଝିଅ ଅଞ୍ଚଳିଙ୍କ ସହ ମଥୁରା ଯାଇଥିଲେ । ସେଠାରୁ ଫେରି  ସେକ୍ଟର ୩୭ ଅଞ୍ଚଳରେ ରାସ୍ତା କଡରେ ବସ୍ ଷ୍ଟପରେ ଅଟୋ ରିକ୍ସାକୁ ଅପେକ୍ଷା କରିଥିଲେ । ହଠାତ ଶଶିଚୌକ ତରଫରୁ ଏକ ସ୍କର୍ପିଓ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ୩ ଜଣ ଗୁରୁତର ହୋଇଥିଲେ  ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ନୀରଜ ଓ ଅଞ୍ଜଳି ପ୍ରାଣ ହରାଇଥିଲେ । ଏବେ ରାମକରଣଙ୍କ ଚିକିତ୍ସା ଜାରି ରହିଛି ।

ପୋଲିସର କହିବାନୁସାରେ, ଦୁର୍ଘଟଣା ପରେ ସ୍କର୍ପିଓଟି ଫେରାର ହୋଇଯାଇଛି । ସେଠାରେ ଉପସ୍ଥିତ କିଛି ଲୋକ ସ୍କର୍ପିଓର ନମ୍ବର ମନେ ରଖିଥିଲେ । ଗାଡିଟି ଗିଝୋଡର ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି । ଗାଡି କିଏ ଚଲାଉଥିଲା ସେନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.