Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଉଦଘାଟିତ ହେଲା କଟକର ଐତିହାସିକ ବାଲିଯାତ୍ରା

13/11/2019 at 9:43 AM

କଟକ ୧୩।୧୧: ଉଦଘାଟିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମଙ୍ଗଳବାର ସଂଧ୍ୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ୭ ଦିନ ପରିବର୍ତ୍ତେ  ୧୦ ଦିନ ପର୍ଯ୍ୟନ୍ତ ବାଲିଯାତ୍ରାର ଆୟୋଜନ ଲାଗି ପ୍ରସ୍ତାବ ରଖିଛନ୍ତି ବାଚସ୍ପତି ।  ଏଥର ପ୍ରଥମ ଥର ଲାଗି ଅତିଥି ମାନେ ବୋଇତରେ ଆସି ବାଲିଯାତ୍ରା ପିଡିଆରେ ପହଞ୍ଚିଥିଲେ, ଉଦଘାଟନ ଉତ୍ସବରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । କଟକ ବାଲିଯାତ୍ରାକୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିବା ପରେ , ଯାତ୍ରାର ଆୟୋଜନ ପାଇଁ ଚଳିତ ବର୍ଷ ପ୍ରଥମ ଥର ଲାଗି ୧ କୋଟି ଟଙ୍କାର ସରକାରୀ ଅନୁଦାନ ମିଳିଛି । ସେଥିଲାଗି ବାଲିଯାତ୍ରାରେ ଏଥର ଅନେକ କିଛି ନୂଆ ଦେଖିବାକୁ ମିଳିଛି । 

ତେବେ ଏହି ବୃହତ ମେଳାକୁ ଜାତୀୟ ମାନ୍ୟତା ମିଳିବାର ଆବଶ୍ୟକତା ରହିଛି ବୋଲି ଉଦଘାଟନୀ ଉତ୍ସବରେ ମତ ପ୍ରକାଶ ପାଇଛି । ଚଳିତ ବର୍ଷ ବାଲିଯାତ୍ରାରେ ୧୦୦୦ରୁ ଅଧିକ ଷ୍ଟଲ  ପଡିଛି। ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ପ୍ରବେଶ କରିଥିଲେ ।  ବହୁ ଖ୍ୟାତାନାମା କଳାକାର, ସେଥିମଧ୍ୟରୁ ରୂତୁରାଜ ମହାନ୍ତିଙ୍କ ସଙ୍ଗୀତ ପରିବେଷଣକୁ ବେଶ୍ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଲୋକେ ।

   Related Posts