ଜାଣନ୍ତୁ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦର ଇତିହାସ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୯।୧୧: ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଅଯୋଧ୍ୟାରେ ରାମ ମନ୍ଦିର ଓ ମସଜିଦ ପାଇଁ ବାଟ ସଫା ହୋଇଛି ।ତେବେ ଜାଣନ୍ତୁ ଏହି ବିବାଦର ୨୦୦ବର୍ଷର ଇତିହାସ…

ହିନ୍ଦୁ ସଂଗଠନ ୧୮୧୩ରେ ପ୍ରଥମ ଥର ପାଇଁ ବାବ୍ରୀ ମସଜିଦ ଉପରେ ନିଜର ଦାବି ଜଣାଇଥିଲେ । ତାଙ୍କ ଦାବି ରହିଥିଲା ଯେ ଅଯୋଧ୍ୟାରେ ରାମ ମନ୍ଦିର ଭାଙ୍ଗି ବାବ୍ରୀ ମସଜିଦ ନିର୍ମାଣ କରାଯାଇଥିଲା ।ଏହାର ୭୨ବର୍ଷ ପରେ ଏହି ମାମଲା ପ୍ରଥମ ଥର ପାଇଁ କୋର୍ଟରେ ପହଞ୍ଚିଥିଲା । ମହନ୍ତ ରଘୁବର ଦାସ ୧୮୮୫ରେ ରାମ ମୃର୍ତି ନିକଟରେ ମଣ୍ଡପ ନିର୍ମାଣ ପାଇଁ ମାମଲା ଦାୟର କରିଥିଲେ , କିନ୍ତୁ ଫୈଜାବାଦ କୋର୍ଟ ଏହାକୁ ଗ୍ରହଣ କରିନଥିଲେ । ୧୩୪ବର୍ଷର ଏହି ମାମଲା ସହିତ ସଂମ୍ପୃକ୍ତ ୩ଟି କୋର୍ଟର ମାମଲା ଓ ଏହା ସହିତ ଜଡିତ ସମସ୍ତ ପକ୍ଷଙ୍କୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଐତିହାସକାରଙ୍କ କହିବାନୁଯାୟୀ, ଜହିର-ଉଦ୍-ଦୀନ ମହମ୍ମଦ ବାବର ପ୍ରଥମ ପାନୀପଥର ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ଭାରତରେ ପ୍ରବେଶ କରିଥଲେ । ୧୫୨୮ରେ ଅଯୋଧ୍ୟାରେ ମସଜିଦ ନିର୍ମାଣ ହୋଇଥିଲା । ଯାହାର ନାମ ବାବ୍ରି ମସଜିଦ ଦିଆଯାଥିଲା । ଇବ୍ରାହିମ ଲୋଦିଙ୍କ ଶାସନକାଳରେ ମସଜିଦ ନିର୍ମାଣ ହୋଇଥିଲା ବୋଲି ମସଜିଦରେ ଏକ ଶିଳାଲେଖ ରହିଛି  ।

୧୮୮୫ : ପ୍ରଥମ ଥର ପାଇଁ ମାମଲା ଅଦାଲତରେ ପହଢ୍ଚିଥିଲା । କିନ୍ତୁ ଫୈଜାବାଦ କୋର୍ଟ ଏହାକୁ ଗ୍ରହଣ             କରିନଥିଲେ ।

୧୯୩୪ : ଅଯୋଧ୍ୟାରେ ଦଙ୍ଗା ।ବାବ୍ରୀ ମସଜିଦ ର କିଛି ଅଂଶ ଭଙ୍ଗିବା ଦ୍ବାରା ବିବାଦୀୟ ସ୍ଥଳରେ ନମାଜ ପାଠ ବନ୍ଦ ହୋଇଥିଲା।

୧୯୪୯ : ମୁସଲିମ ପକ୍ଷର ଦାବି କରିଥିଲେ ଯେ ବାବ୍ରୀ ମସଜିଦ ଭିତରେ ଦିନ୍ଦୁ ମାନେ ରାମ ମୃର୍ତ୍ତି ସ୍ଥାପନ କରିଥିଲେ। ଏହାର ୭ଦିନ ପରେ ଫୈଜାବାଦ କୋର୍ଟ ବିବାଦୀୟ ଜମି ଘୋଷିତ କରି ମୁଖ୍ୟ ଦ୍ବାରରେ ତାଲା ଲଗାଇଦେଇଥିଲେ ।  

୧୯୫୦ : ହିନ୍ଦୁ ମହାସଭାର ଓକିଲ ଗୋପାଲ ବିରାସଦ ଫୈଜାବାଦ କୋର୍ଟରେ ମାମଲା ଦାୟର କରି ରାମଲାଲାଙ୍କ ମୃର୍ତ୍ତିକୁ ପୂଜା ପାଇଁ ଅନୁମତି ମାଗିଥିଲେ

୧୯୫୯ ନିରମୋହି ଆଖଡା ଏହି ବିବାଦୀୟ ସ୍ଥାନରେ ମାଲିକାନା ଅଧିକାର ଅଛି ବୋଲି କହିଥିଲା ।

୧୯୬୧ :  ସୁନ୍ନି ସେଣ୍ଟ୍ରୋଲ ଓ୍ବାକଫ ବୋର୍ଡ କୋର୍ଟର ଆଶ୍ରୟ ନେଇ , ମସଜିଦ ପାଇଁ ନିଜର ଦାବି ଜଣାଇଥିଲେ

୯୮୬ : ଫୈଜବାଦ କୋର୍ଟ ବାବ୍ରୀ ମସଜିଦର ତାଲା ଭାଙ୍ଗିବା ପାଇଁ ଅନୁମତି ଦେଇଥିଲେ ।

୧୯୮୭ : ଫୈଜବାଦ ଜିଲ୍ଲା କୋର୍ଟ ପୁରା ଘଟଣା ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ ।

୧୯୯୦: ୨୫ ଡିସେମ୍ବର ୧୯୯୦ରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ସୋମନାଥରୁ ଏକ ରଥ ଯାତ୍ରା ଅଯୋଧ୍ୟା ପର୍ଯ୍ୟନ୍ତ ଆରମ୍ଭ କରଥିଲେ । ଏହି ରଥାଯାତ୍ରା ପୂରା ଦେଶରେ ଆବେଗ ସୃଷ୍ଟି କରିଥିଲେ । ଯାହାରଫଳ ସୂରୂପ  ଗୁଜରାଟ,କର୍ଣାଟକ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରେଦଶରେ ଦଙ୍ଗା ଘଟିଥିଲା ।ବହୁ ସ୍ଥାନରେ କରଫ୍ୟୁ ମଧ୍ୟ ଲଗାଯାଇଥିଲା । ଶେଷରେ  ଆଡଭାନୀଙ୍କୁ ୨୩ଅକ୍ଟୋବରରେ ବିହାରର ତତ୍କା‌ଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ  ଗିରଫ କରାଯାଇଥିଲା

୧୯୯୦ :  କରସେବକ ମାନେ ମସଜିଦ ର ଗମ୍ବୁଜ ଉପରେ ଚଢିଯାଇ ଏହାକୁ  ଭାଙ୍ଗି ଦେଇଥିଲେ । ପରେ ସେହି ସେହି ସ୍ଥାନରେ ନାରଙ୍ଗୀ ପତକା ଉଡାଇଥିଲେ । ଯାହାକୁ ନେଇ ଦଙ୍ଗା ବଢିଯାଇଥିଲା ।.  

୧୯୯୨ : ନଭେମ୍ବର ମାସରେ କଲ୍ୟାଣ ସିଂହ ସରକାର  କୋର୍ଟରେ ମସଜିଦର ରକ୍ଷାଣବେକ୍ଷଣ ପାଇଁ  ପ୍ରତିଶୃତି  ଦେଇଥିଲେ । କିନ୍ତୁ ୬ଡିସେମ୍ବର ୧୯୯୨ରେ କରସେବକ ମାନେ ବାବ୍ରି ମସ୍‌ଜିଦ ଭାଙ୍ଗିଦେଇଥିଲେ ।

 ୨୦୦୩:  ହାଇକୋର୍ଟ ବିବାଦୀୟ ଜମିକୁ ଖୋଳିଥିଲେ,  କିନ୍ତୁ ସେଠାରେ କୌଣସି  ରାମ ମନ୍ଦିର ନଥିଲା  ।.

୨୦୧୦:  ୩୦ ପେପ୍ଟେମ୍ବର ୨୦୧୦ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୋ ଖଣ୍ଡପୀଠ ଆଦେଶ ଜାରି କରି ବିବାଦୀୟ ଜମିକୁ ରାମଲାଲା, ନିର୍ମୋହି ଆଖାଡା ଓ ସୁନ୍ନି ଓ୍ବାକଫ ବୋର୍ଡକୁ ମଧ୍ୟରେ ବାଣ୍ଟିଥିଲେ । କିନ୍ତୁ ୨୦୧୧ରେ ସମସ୍ତ ପକ୍ଷ ଏହି ନିଷ୍ପତ୍ତି ବିରୁଦ୍ଧରେ  ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

୨୦୧୮:  ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତି ଉପରେ ରୋକ ଲଗାଇବା ପରେ ୨୦୧୮ରେ ଏହି ବିବାଦ ଉପରେ ଥିବା ସମସ୍ତ ମାମଲାର ଶୁଣାଣି ଆରମ୍ବ କରିଥିଲେ ।

୨୦୧୯: ୨୦୧୯ ମାର୍ଚ୍ଚ ୮ତାରିଖରେ ଏହି ମାମଲାକୁ ଆପୋଷ  ଆଲୋଚନା ମାଧ୍ୟମରେ ସମାଧାନ ପାଇଁ  ଏକ ତିନି ଜଣିଆ  ମଧ୍ୟସ୍ଥ କମିଟି ଗଠାନ କରାଯାଇଥିଲା ।

୨୦୧୯: ଅଗଷ୍ଟ ମାସରୁ ସୁପ୍ରିମକୋର୍ଟ ଏହି ମାମଲାରେ ଲଗାତର ୪୦ଦିନ ଧିର ଶୁଣାଣି ଆରମ୍ବ କରିଥିଲେ ।

୨୦୧୯ :  ଅକ୍ଟୋବର ରେ ହିନ୍ଦୁ –ମୁସଲିମ ପକ୍ଷଙ୍କ  ଦଲିଲ ଶୁଣିବା ପରେ ପାଞ୍ଚଜଣିଆ ବେଞ୍ଚ ନିଜର ଶୁଣାଣି  ସୁରକ୍ଷିତ ରଖିଥିଲେ।  

୨୦୧୯:  ଅଯୋଧ୍ଯା ଜମି ବିବାଦ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.