ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

୧୯୪୨ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଝାରସୁଗୁଡା ବିମାନବନ୍ଦର ପ୍ରତିଷ୍ଠା ହୋଇଥିଲା । ଜାଣନ୍ତୁ ଇତିହାସ…

22/09/2018 at 5:39 PM

ଝାରସୁଗୁଡା ୨୨|୯: ୧୯୪୨ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଝାରସୁଗୁଡାରେ ଏକ ବିମାନବନ୍ଦର କରିବା ପାଇଁ ଇଂରେଜ ସରକାର ଚାହିଁଥିଲେ । ତେଣୁ ସେ ସମୟରେ ମାଲିମୁଣ୍ଡାର ଜମିଦାର ଲାଲା ହରିବଂଶ ସିଂହଙ୍କଠାରୁ ବିମାନବନ୍ଦର ପାଇଁ ଜମି ନିଆଯାଇଥିଲା । ଏଥିରେ ମାଲିମୁଣ୍ଡା, ଦୁର୍ଲଗା ଏବଂ ତାଲମାଲ ଗାଁର ୧୭୯୨ ଏକର ଜମି ରହିଥିଲା । ମାତ୍ର ଏ ସବୁ ଜମି ବିମାନବନ୍ଦର ନିର୍ମାଣରେ ଲାଗିନଥିଲା । ତେବେ ଓଡିଶାର ଆର୍ମଡ୍ ଫୋର୍ସ ଦ୍ବିତୀୟ ବାଟାଲିଅନ୍ ପ୍ରତିଷ୍ଠା ବେଳେ ଏଥିରୁ ୪୮୭ ଏକର ଜମି ନିର୍ମାଣ ପାଇଁ ଦିଆଯାଇଥିଲା । ତେଣୁ ୬୧୨ ଏକର ଜମିରେ ଏହି ବିମାନବନ୍ଦର ନିର୍ମାଣ କରାଯାଇଥିଲା । ଯାହା ଭାରତର ଅଭ୍ୟନ୍ତରୀଣ ସୁରକ୍ଷା ନେଇ ସେନା ପାଇଁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଥିଲା ।

କିନ୍ତୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଉପେକ୍ଷିତ ହୋଇଥିଲା ଏହି ବିମାନବନ୍ଦର । ସ୍ବାଧୀନତା ପରେ ଏହି ବିମାନବନ୍ଦରର ରକ୍ଷଣାବେକ୍ଷଣ ତଥା ବିକାଶ ପାଇଁ କୌଣସି ପଦକ୍ଷପ ନିଆଗଲା ନାହିଁ । ଯାହା ଫଳରେ ଧିରେଧିରେ ଏହା ଲୋକଲୋଚନରୁ ଅଦୃଶ୍ୟ ହେବାରେ ଲାଗିଥିଲା । କିଛି ବର୍ଷ ପୂର୍ବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ବିମାନ ବନ୍ଦରକୁ ବନ୍ଦ କରାଯିବାକୁ ଏକ ଚିଠି ହୋଇଥିଲା । କୁହାଯାଏ ଯେ ଏହି ବିମାନବନ୍ଦର ବନ୍ଦ କରାଯିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରତି ଏକର ପିଚ୍ଛା ଏକ ଟଙ୍କା ହିସାବରେ ଲିଜ୍ ରେ ନେଇ ଯଥାବତ୍ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷପ ନେଇନଥିଲେ ।

୧୯୯୮ ମସିହା ଲୋକସଭା ନିର୍ବାଚନ ବେଳେ ଏହି ପ୍ରସଙ୍ଗ ଉପସ୍ଥାପନା କରି ଏହି ବିମାନବନ୍ଦରକୁ ଝାରସୁଗୁଡାରୁ ହଟାଯିବାକୁ ବିରୋଧ କରିଥିଲେ ଭାରତୀୟ ଜନତା ପାର୍ଟି ନେତା ଦେବେନ୍ଦ୍ର ପ୍ରଧାନ । ତେବେ ଏହାର ବହୁଦିନ ପରେ ରାଜ୍ୟ ସରକାର ୨ ନଭେମ୍ବର ୨୦୧୨ମସିହାରେ ରାଉରକେଲା, ଝାରସୁଗୁଡା ଓ ଭୁବନେଶ୍ବର ଉଡାନ ଆରମ୍ଭ କରିଥିଲେ । ମାତ୍ର ଏହା ବେଶି ଦିନ ତିଷ୍ଠି ପାରିନଥିଲା । ଏହା ସତ୍ତ୍ବେ ବାର୍ଷିକ ଏଠାରେ ୨୦ ରୁ ୩୦ ବିମାନ ଅବତରଣ କରୁଥିଲା । ଏହି ବିମାନବନ୍ଦରର ପୁନରୁଦ୍ଧାର ସମଗ୍ର ପଶ୍ଚିମ ଓଡିଶା ପାଇଁ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

   Related Posts