Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବନ୍ଦେ ଉତ୍କଳ ଜନନୀ…ସୃଷ୍ଟି ଓ ସ୍ରଷ୍ଟାଙ୍କ କାହାଣୀଠାରୁ ରାଜ୍ୟ ସଙ୍ଗୀତ ମାନ୍ୟତା ପର୍ଯ୍ୟନ୍ତ

7/06/2020 at 7:08 PM

ଭଦ୍ରକ, ୦୭|୦୬:  ରାଜ୍ୟ କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ଦୀର୍ଘ ଦିନରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଙ୍ଗୀତ ସମସ୍ତ ସଭା, ସମିତି  ଏମିତି କି ବିଧାନସଭାର ପ୍ରାରମ୍ଭରେ ଗାନ କରାଯାଉଥିଲା । କାରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ରାଜ୍ୟ ବାହାରେ ଥିବା ଓଡିଆ ଓ ଅଣଓଡିଆ ମାନେ ମଧ୍ୟ ଏହି ପ୍ରସିଦ୍ଧ ସଙ୍ଗୀତକୁ ଗାନ କରିଥିଲେ । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସରକାର ରାଜ୍ୟ ସଂଗୀତ ମାନ୍ୟତା ଦେବା ପରେ ଉତ୍ସାହିତ ହୋଇଛନ୍ତି ଭଦ୍ରକ ବାସିନ୍ଦା । ଆସନ୍ତୁ ଜାଣିବା ରାଜ୍ୟ ସଙ୍ଗୀତର ସୃଷ୍ଟି ଓ ସ୍ରଷ୍ଟାଙ୍କ କାହାଣୀ । ଆଉ କେମିତି ଏହି ସଙ୍ଗୀତ ହେଲା ଆମ ରାଜ୍ୟର ସଙ୍ଗୀତ ।  

ବନ୍ଦେ ଉତ୍କଳ ଜନନୀ ପାଇଲା ରାଜ୍ୟ ସଙ୍ଗୀତର ମାନ୍ୟତା । କ୍ୟାବିନେଟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ଘୋଷଣା କରିବା ପରେ ରାଜ୍ୟ ଓ ଭଦ୍ରକବାସୀ ବେସ୍ ଉତ୍ସାହିତ ହୋଇଛନ୍ତି । କାରଣ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ମାଟିରେ ଜନ୍ମିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅତୁଳନୀୟ ଅବଦାନ ବନ୍ଦେ ଉତ୍କଳ ଜନନୀ ଏବେ ସର୍ବ ବିଦିତ । କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର  । ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।  ସେ ମାଣବସା ଗୁରୁବାର , ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ଲକ୍ଷ୍ମୀ ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା ।  ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର  ଓ ମାତା ରାଧାମଣୀ । ପିତା ତିହିଡି ତାଳପଦାର ଜମିଦାର ଥିଲେ । ମାଆ କଣ୍ଟାପାରି ଜମିଦାରଙ୍କ କନ୍ୟା ଥିଲେ ।

ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ  । ପରେ ପରେ ଲକ୍ଷ୍ମୀକାନ୍ତ  ଜମିଦାର ଲାଲମୋହନ ଦାସଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ୧୯୧୩ରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ । ଲକ୍ଷ୍ମୀକାନ୍ତଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା । ୧୯୩୩ରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ଦିଆଗଲା । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସ୍ୱରାଜ ଓ ସ୍ୱଦେଶୀ ଭାବରେ ତାଙ୍କର କବିତା ସବୁ ଲେଖାଯାଇଥିଲା । ତେବେ ସେହିନ କାନ୍ତକବି ବନ୍ଦେ ଉତ୍କଳ ଜନନୀ ଲେଖିବା ବେଳର କାହାଣୀ କହିଛନ୍ତି ତାଙ୍କ ବୋହୁ । ହାତ ଭାଙ୍ଗିଥିବା ସତ୍ତ୍ୱେ ସେହି ଭଙ୍ଗା ହାତ ରେ ଭୋକିଲା ରହି ଲେଖିଥିଲେ ଏହି ସଙ୍ଗୀତ ।

ଇଷ୍ଟଦେବ ଶ୍ରୀ ଗୋପୀନାଥ ଜୀଉ ଓ ରାଧାରଣୀ ଙ୍କୁ ସ୍ମରଣ କରି କାନ୍ତକବି ଲେଖା ଆରମ୍ଭ କରୁଥିଲେ । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗାନ କରଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ ୩୩ ଗୋଟିରୁ ଅଧିକ ଦେଶପ୍ରେମ କବିତା ଅଛି । ଏହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା , ବନ୍ଦେ ଉତ୍କଳ ଜନନୀ , ସବୁଥିରୁ ବଞ୍ଚିତ କରି କେଉଁ ଯଶ ବଣା ଉଡାଇବ ହେ  । ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଏହି ପ୍ରେରଣା ଯୋଗାଇଥିଲା । ବନ୍ଦେ ଉତ୍କଳ ଜନନୀ ଅବିଭକ୍ତ ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ଉତ୍କଳ ସମ୍ମିଳନୀ ରେ ୧୯୧୨ ମସିହାରେ ପ୍ରଥମେ ଗାନ କରାଯାଇଥିଲା । ୧୦୩୬ ମସିହା  ଏପ୍ରିଲ ୧ରେ ଓଡିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ।

ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କୁ ଏବେ ଆନୁଷ୍ଠାନିକ ଭେବେ ରାଜ୍ୟ ସଂଗୀତ ଭାବେ ଗାନ କରାଯାଉଛି । କାନ୍ତକବି ମାତ୍ର ପଚିଶି ବର୍ଷ ବୟସରେ ଦୂରାରୋଗ୍ୟରେ  ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବି ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ସେ ଇହଲୀଳା ସମ୍ବରଣ କରିଥିଲେ । ସଭା , ସମିତି , କୌଣସି ସାମିଜିକ କାର୍ଜ୍ୟକ୍ରମ , ଏମିତି କି ବିଧାନସଭା ରେ ଏହି ସଙ୍ଗୀତ ଗାନ କରାଯାଉଥିଲେ ମଧ୍ୟ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି ।

   Related Posts