ଆସିଲା ଐତିହାତିକ ରାୟ- ନିର୍ମାଣ ହେବ ରାମ ମନ୍ଦିର , ମସଜିଦ୍‌ ପାଇଁ ସୁନ୍ନି ଓ୍ୱାକଫ ବୋର୍ଡକୁ ଅଯୋଧ୍ୟାରେ ମିଳିବ ୫ ଏକର ଜମି

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୦୯।୧୧ - ଅଯୋଧ୍ୟା ମାମଲାରେ ଆସିଲା ଐତିହାତିକ ରାୟ । ୭୦ ବର୍ଷଧରି ଚାଲିଥିବା ଦେଶର ସବୁଠୁ ବଡ ବିବାଦୀୟ ନ୍ୟାୟିକ ମାମଲାରେ ସୁପ୍ରିମକୋର୍ଟ ଟାଣିଲେ ପୂର୍ଣ୍ଣଛେଦ । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଲେ ଅଯୋଧ୍ୟା ହିଁ ଥିଲା ରାମଲାଲାଙ୍କ ଜନ୍ମସ୍ଥଳ । ହିନ୍ଦୁଙ୍କ ଏହି ବିଶ୍ବାସକୁ ବିବାଦିତ କରାଯାଇ ପାରିବ ନାହିଁ । ଯେଉଁସ୍ଥାନରେ ବିବାଦୀୟ ଜମି ଥିଲା ତାହା ଉପରେ ରାମମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ର ସରକାର ୩ ମାସ ଭିତରେ ଟ୍ରଷ୍ଟ ଗଠନ କରି ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ।…

{"id":181628}

ବିବାଦୀୟ ସ୍ଥଳ ଅଯୋଧ୍ୟାରେ ହିଁ ତିଆରି ହେବ ରାମ ମନ୍ଦିର । ରାସ୍ତା ସଫା ହେଲା । ବର୍ଷ ବର୍ଷ ଧରି କୋର୍ଟ କଚେରୀରେ ଗଡ଼ି ଆସୁଥିବା ମାମଲାର ଆଜି ଆସିଲା ଫୈସଲା । କୋର୍ଟ ସ୍ପଷ୍ଟ କରିଛନ୍ତି  ଅଯୋଧ୍ୟାରେ ରାମମନ୍ଦିର ଥିଲା ଏବଂ ତା ଉପରେ ବାବରି ମସଜିଦ୍ ଗଠନ କରାଯାଇଥିଲା । ତେବେ ବାବରି ମସଜିଦ୍ ଏକ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା । ଅଯୋଧ୍ୟାରେ ଥିବା ରାମ ମନ୍ଦିର ଢାଞ୍ଚା ଉପରେ ହିଁ ମସଜିଦ୍ ନିର୍ମାଣ ହୋଇଥିଲା । ପ୍ରତ୍ନତତ୍ବ ବିଭାଗର ତଥ୍ୟ ଆଧାରରେ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ ।  କିନ୍ତୁ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା ବୋଲି ଲୋକଙ୍କ ଯେଉଁ ବିଶ୍ବାସ ରହିଛି ସେଥିରେ କୌଣସି ବିବାଦ କରାଯାଇ ପାରିବ ନାହିଁ । ସୁପ୍ରିମ କୋର୍ଟଙ୍କ ଏହି ଐତିହାସିକ ରାୟ ରାମଲାଲାଙ୍କ ସପକ୍ଷରେ ଯାଇଛି ।  ୩ ମାସ ଭିତରେ ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରି ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି,

{"id":181631}

ସର୍ବୋଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବିବାଦିତ ୨ ଏକର ୭୭ ଡିସିମିଲ ଜମିରେ ମନ୍ଦିର ନିର୍ମାଣ ହୋଇପାରିବ । ବିବାଦିତ ଜମିକୁ ୩ ଭାଗରେ ବିଭକ୍ତ କରିବାକୁ ୨୦୧୦ ମସିହାରେ ଆଲ୍ଲାବାଦ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାକୁ କୋର୍ଟ ଖାରଜ କରିଦେଇଛନ୍ତି । ସେହିଭଳି ବିବାଦିତ ସ୍ଥାନ ନିର୍ମୋହି ଆଖାଡାର ଅଧିକାର ଭୁକ୍ତ ନୁହେଁ ଏବଂ ସେବାୟତ ଅଧିକାର ବି ଆଖଡାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

{"id":181633}

ସେହିଭଳି ସିଆ ଓାକଫ ବୋର୍ଡର ଦାବିକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।  ବିବାଦିତ ଜମି ହିନ୍ଦୁ ପକ୍ଷକୁ ମିଳିବାପରେ ମୁସଲିମ ପକ୍ଷକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ  ରାୟ ଶୁଣାଇଛନ୍ତି । ସେଇ ଅଯୋଧ୍ୟାରେ ହିଁ ୫ ଏକର ଜମି ସୁନି ଓ୍ବାକଫ ବୋର୍ଡ ତୁରନ୍ତ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି

{"id":181634}

ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମିର ଅଧିକାର ଦିଆଯାଇଥିଲେ ବି ମନ୍ଦିର ନିର୍ମାଣ ଅଧିକାର ରହିବ ନାହିଁ।  ଯେହେତୁ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେ, ଟ୍ରଷ୍ଟ କହିବ କିଏ ଓ କିପରି ମନ୍ଦିର ନିର୍ମାଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.