Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବେଲୁଚିସ୍ତାନରେ ଐତିହାସିକ ଆନ୍ଦୋଳନ, ମୌଳିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପାକିସ୍ତାନୀ ମହିଳା

2/12/2021 at 9:25 AM

ନୂଆଦିଲ୍ଳୀ ୦୨।୧୨ : ପାକିସ୍ତାନ ସଦାସର୍ବଦା ଭାରତ ସହ ଯୁଦ୍ଧ ନହେଲେ ତାର କ୍ଷତି କରିବାର ଯୋଜନା କରିଥାଏ । ହେଲେ ବର୍ତ୍ତମାନ ସେ ଭାରତ ହାତରେ ନୁହଁ ବରଂ ନିଜ ହାତରେ ନିଜେ ହାରି ଯାଇଛି । ପାକିସ୍ତାନ ବର୍ତ୍ତମାନ ଏଭଳି ଅନଟନରେ ଅଛି ଯେ ତାଙ୍କ ଦେଶରେ ପ୍ରାୟ ଲୋକ ଗରିବ ପାଲଟି ଯାଇଛନ୍ତି । ତେବେ ପାକିସ୍ତାନର ବେଲୁଚିସ୍ତାନରେ ଶତାଧିକ ମହିଳା ସେମାନଙ୍କ ଅଧିକାର ପାଇଁ ବିଚ୍‌ ରାସ୍ତାକୁ ଓହ୍ଲାଇ ଥିଲେ । ଯାହାକୁ ଦେଖିଲେ ଲାଗିବ କି ଏହା ଐତିହାସିକ ରାଲି ବୋଲି କୁହାଯିବ ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଲ ଜୋହର ପବ୍ଲିକ ସ୍କୁଲ୍‌ରୁ ଏହ ବିଶାଳ ରାଲି ଆରମ୍ଭ ହୋଇଥିଲା । ଯାହା ବନ୍ଦର ସହର ଠାରୁ  ଗ୍ବାଦର ମେରାଇନ୍ ଡ୍ରାଇଭ୍‌ ପର୍ଯ୍ୟନ୍ତ ଚାଲିଥିଲା । ଏହା ଗ୍ବାଦର ଅଧିକାର ପାଇଁ ଆନ୍ଦୋଳନ କୁହାଯାଏ । ତେବେ ଏହି ଆନ୍ଦୋଳନରେ ସ୍ଲୋଗାନ ଦେବା ସହ ହାତରେ ପୋଷ୍ଟର ଧରି ଶତାଧିକ ମହିଳାମାନେ କହିଥିଲେ ଯେ ସେମାନଙ୍କ ଘରେ ଅନେକ ଅନ୍ନଦାତାମାନେ ନିଜ ଚାକିରୀରୁ  ଦୂରେଇ ଯାଇଛନ୍ତି । ବେଆଇନ ମତ୍ସ୍ୟଜୀବୀ ଟ୍ରଲରକୁ ବନ୍ଦ କରିବାକୁ ଏବଂ ଇରାନ ସହ ବାଣିଜ୍ୟିକ ପ୍ରତିବନ୍ଧକକୁ ହଟାଇବାକୁ ସେମାନେ ପ୍ରଶାସନକୁ ଦାବି କରିଛନ୍ତି। ତେବେ ଅନ୍ୟପଟେ ଏହା ଉଲ୍ଲେଖଯୋଗ୍ୟ ଯେ ଉଭୟ ଇସଲାମିକ୍ ରିପବ୍ଲିକ୍ ଏହି ମାସ ଆରମ୍ଭରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଥିଲେ । ଯାହା ତିନିମାସ ପାଇଁ କାର୍ଯ୍ୟକାରୀ ହେବ।

ଏହି ରାଲିର ନେତା ତଥା ଜମାତା-ଇ-ଇସଲାମିକର ସାଧାରଣ ସମ୍ପାଦକ ଏନେଇ କହିଛନ୍ତି କି ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କ ମୌଳିକ ଅଧିକାର ପାଇଁ ଏଠାରେ ଏକତ୍ରିତ ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ଏବଂ ଭିଡିଓରେ ମହିଳାମାନେ ପୋଷ୍ଟର ଧରି ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି । ଏହା ସହ ଆହୁରି କୁହାଯାଇଛି କି ସମସ୍ତ ମହିଳାଙ୍କ ଗୋଟିଏ ପ୍ରକାରର ଦାବି ରହିଛି କି ମାକ୍ରାନ ଅଞ୍ଚଳକୁ “ପାନୀୟ ଏବଂ ବିଶୁଦ୍ଧ ଜଳ ପରି ସୁବିଧା” ଯୋଗାଇବା । ଭୌଗୋଳିକ ଦୃଷ୍ଟିରୁ ମାକ୍ରାନ୍‌ ଏକ ଅର୍ଦ୍ଦ-ମରୁଭୂମି ଉପକୂଳବର୍ତ୍ତୀ ଅଞ୍ଚଳ । ଯେଉଁଥିପାଇଁ ସେଠାରେ ଜଳ ସଙ୍କଟର ସମ୍ମୁଖୀନ ହେଉଛି । ଏହି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅନେକ ମହିଳା ଛାତ୍ରୀ, ରାଜନୈତିକ କର୍ମୀ ଏବଂ କାର୍ଯ୍ୟରତ ମହିଳା ଯେଉଁମାନେ ତୁର୍ବାତ, ଓରମାରା, ଜେୱାନି, ପାସନି ସମେତ ଅଞ୍ଚଳରୁ ଆସିଥିଲେ।

   Related Posts