Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସେକ୍ସରୁ କାହାକୁ ଜୋରଜବରଦସ୍ତ ଦୂରେଇ ରଖିବା ସମ୍ବିଧାନର ଉଲ୍ଲଂଘନ: ମାଡ୍ରାସ ହାଇକୋର୍ଟ

25/11/2019 at 10:35 PM

ଚେନ୍ନାଇ : ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟରେ ‘କାହାକୁ ଜୋର ଜବରଦସ୍ତ ସେକ୍ସରୁ ଦୂରେଇ ରଖିବା ସମ୍ବିଧାନର ଅନୁଚ୍ଛେଦ ୨୧ ଉଲ୍ଲଂଘନ’ ବିଚାର କରାଯିବ ବୋଲି ରାୟ ଦେଇଛନ୍ତି। ଏଣୁ ଅଣ୍ଟାରୁ ତଳକୁ ପକ୍ଷାଘାତର ଶିକାର ହୋଇଥିବା ଆନନ୍ଦ କୁମାରଙ୍କୁ ୬୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ କୋର୍ଟ ଚେନ୍ନାଇ ନଗରନିଗମକୁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଘଟଣାକ୍ରମରେ ବିଦ୍ୟୁତ ଖୁଣ୍ଟ ଆନନ୍ଦ କୁମାରଙ୍କ ଉପରେ ପଡିଯାଇଥିଲା। ଫଳରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କର ଅଣ୍ଟାଠୁ ତଳକୁ ଅଚଳ ହୋଇଯାଇଥିଲା। ଏଣୁ ଆନନ୍ଦ କୁମାର  କ୍ଷତିପୂରଣ ଦାବିକରି ଚେନ୍ନାଇ ନଗରନିଗମଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ନଗରନିଗମ ନିୟମିତ ଯାଞ୍ଚ କରୁନଥିବାରୁ ତାଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଲା ବୋଲି ଆନନ୍ଦ କୁମାର ଅଭିଯୋଗ କରିଥିଲେ। ମାମଲାରେ ଚେନ୍ନାଇ ହାଇକୋର୍ଟଙ୍କ ଏକକ ବିଚାରପତି ଖଣ୍ଡପୀଠ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନଗରନିଗମକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ନଗରନିଗମ ଅପର ବେଞ୍ଚରେ ଆବେଦନ କରିଥିଲେ। ଏହି ଦୁର୍ଘଟଣା ଯୋଗୁ ଆନନ୍ଦ କୁମାର ଅନିଛାକୃତ ଭାବେ ସାରା ଜୀବନ ଅବିବାହିତ ରହିବାକୁ ବାଧ୍ୟ ହେଲେ। କେବଳ ଏତିକି ନୁହେଁ ତାଙ୍କର ଯୌନ ଇଚ୍ଛା ପୁରଣ କରିବାର ବି ସାମର୍ଥ୍ୟ ରହିଲାନି। ଏଣୁ କୋର୍ଟ ଏହାକୁ ସମ୍ବିଧାନର ଅନୁଚ୍ଛେଦ ୨୧ ଉଲ୍ଲଂଘନ ବିବେଚନା କରି ଆନନ୍ଦ କୁମାରଙ୍କ ସପକ୍ଷରେ ରାୟ ଦେଇଥିବା ବେଳେ ନଗରନିଗମଙ୍କ ଅବହେଳା ଯୋଗୁ ତାଙ୍କୁ ସମ୍ବିଧାନିକ ଅଧିକାରୀରୁ ବଞ୍ଚିତ କରାଯାଇଥିବା କହିଛନ୍ତି। ଏଣୁ ୬୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts