ପଦ୍ମ-ବିଭୂଷଣ ପ୍ରାପ୍ତ ଐତିହାସିକ ବାବାସାହେବ ପୁରନ୍ଦରେ ୯୯ ବର୍ଷ ବୟସରେ ଦେହାନ୍ତ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 15, 2021 IST

ମୁମ୍ୱାଇ ୧୫/୧୧: ଜଣାଶୁଣା ଐତିହାସିକ ବା ପଦ୍ମବିଭୂଷଣରେ ସମ୍ମାନିତ ବାବାସାହେବ ମୋରେଶ୍ୱର ପୁରନ୍ଦରଙ୍କର ଆଜି ପୁଣେରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ସେ ବାବାସାହେବ ପୁରନ୍ଦରେ ନାମରେ ବେଶ୍ ଲୋକପ୍ରିୟ ଥିଲେ । ଗତ କିଛି ସମୟ ଧରି ଅସୁସ୍ଥ ରହିଥିବା ବେଳେ ତାଙ୍କ ମୃତ୍ୟୁ ବିଷୟରେ ଜଣେ ଡାକ୍ତର ସୂଚନା ଦେଇଛନ୍ତି ।

ସେପଟେ ବାବାସାହେବ ପୁରନ୍ଦରେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି କହିଛନ୍ତି ଯେ, ‘ଶିବଶାହର ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ ଇତିହାସ ଓ ସଂସ୍କୃତି ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ । ତାଙ୍କ ଯୋଗୁଁ ଆଗାମୀ ପିଢ଼ି ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅଧିକ ଯୋଡି ହେବେ ।

ତାଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଗତ ଶନିବାର ତାଙ୍କୁ କ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେବେଠାରୁ ତାଙ୍କ ଅବସ୍ଥାରେ ଉନ୍ନତି ହୋଇପାରିଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.