ଜ୍ବାଇଁଙ୍କୁ ରାସ୍ତାରେ ଚଲାଇ ଚଲାଇ ଥାନାରେ ଜିମା ଦେଲେ ଶ୍ବଶୁର ଘର ଲୋକେ
29/07/2020 at 6:20 PM

ସୋର୨୯/୭: ଜ୍ବାଇଁକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଲେ ଶ୍ବଶୁର ଘର ଲୋକେ। ସୋର ଥାନା ଅନ୍ତର୍ଗତ ଦହିସଡା ଗ୍ରାମର ଗୈରାଙ୍ଗ ଭୋଇ ୨ ବର୍ଷ ତଳେ ଚିନ୍ତାମଣୀପଦାର ପୁରସ୍ତତ୍ତମ ଭୋଇଙ୍କ ଝିଅକୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଗୌରାଙ୍ଗ ବାରମ୍ବାର ତାଙ୍କ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ବାପଘରେ ଛାଡ଼ି ଚାଲି ଯାଉଥିଲେ। ପୁଣି ସମାଧାନ ପରେ ସ୍ତ୍ରୀକୁ ଘରକୁ ନେଉଥିଲା। ଏମିତି ବାରମ୍ବାର ହେବା ପରେ ଗତକାଲି ରାତିରେ ପୁରସ୍ତତ୍ତମ ପରିବାର ଗୌରାଙ୍ଗକୁ ଏକ ରଶିରେ ବାନ୍ଧି ଏକ କିଲୋମିଟର ରାସ୍ତାରେ ଚାଲାଇ ଚଲାଇ ଥାନାରେ ଦେଇଥିଲେ। ଗୌରାଙ୍ଗକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021