Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ

19/01/2021 at 1:17 PM

ବ୍ରିସବେନ୍‌ ୧୯/୦୧ :  ବ୍ରିସବେନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ଓ୍ବିକେଟ୍‌ରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତି ଭାରତ ଐତିହାସିକ କଙ୍ଗାରୁ କବଜା କରିଛି । ଋଷଭ ପନ୍ତ, ଶୁଭମାନ ଗିଲ ଏବଂ ଚେତେଶ୍ବର ପୂଜାରାଙ୍କ ଦମଦାର ଇନିଂସ ଟିମ୍ ଇଣ୍ଡିଆକୁ ଏହି ବହୁ ପ୍ରତିକ୍ଷିତ ବିଜୟ ଭେଟି ଦେଇଛି ।

ଦ୍ବିତୀୟ ଇନିଂସରେ  ଭାରତକୁ ୩୨୮ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଜବାବରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪/୦ ରନ କରିଥିଲା । ପଞ୍ଚମ ତଥା ଶେଷ ଦିନରେ ୧୦  ଓ୍ବିକେଟ୍ ବାକିଥାଇ ୩୨୦ ରନ ଆବଶ୍ୟକ କରୁଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ନିରାଶ କରିବା ପରେ ଟ୍ରାକ୍‌ରେ ଦମଦାର ବ୍ୟାଟିଂ କରିଥିଲେ ଶୁଭମାନ ଗିଲ । ସେ ଧୌର୍ଯ୍ୟର ସହ ବ୍ୟାଟିଂ କରି ୯୧ ରନ୍‌ର ମହତ୍ତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଚେତେଶ୍ବର ପୂଜାରା ମଧ୍ୟ କ୍ରିଜ୍‌ରେ ଜମି ରହି ୫୬ ରନ କରି ଆଉଟ ହୋଇଥିଲେ । ପରେ ଋଷଭ ପନ୍ତଙ୍କ ଦମଦାର ୮୯ ରନ୍‌ର ଇନିଂସ ବଳରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହ ଜତ ୩୩ ବର୍ଷ ହେଲା ବ୍ରିସବେନ୍‌ରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ହାରିନଥିବା ଅଷ୍ଟ୍ରେଲିଆର ରେକର୍ଡକୁ ଭାଙ୍ଗିଛି ଭାରତ ।

ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍‌ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍‌ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍‌ରେ ପ୍ରଥମ ଓ୍ୱିକେଟ୍‌ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍‌ ବ୍ୟବଧାନରେ ଓ୍ୱିକେଟ୍‌ ପତନ ହୋଇଥିଲା । ୨ୟ ଇନିଂସରେ  ମାର୍କସ ହାରିସ୍‌ ୩୮ରନ୍‌, ଲାବୁସେନ୍‌ ୨୫ରନ୍‌, ମାଥ୍ୟୁ ଓ୍ୱାଡେ (୦) ରନ୍‌ରେ ପାଭିଲିୟନ୍‌ ଫେରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ୍‌ ଷ୍ମିଥ୍‌ ୫୫ ରନ୍‌, କାମ୍‌ରନ ଗ୍ରୀନ୍‌ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଥିଲେ । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୩୨୮ ରନର ଟାର୍ଗେଟ୍ ମିଳିଥିଲା । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍‌ ନେଇଥିଲେ ।  

ଟାର୍ଗେଟକୁ ପିଛା କରିବା ପାଇଁ ଦ୍ୱିତୀୟ ଇନିଂସରେ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ । ରୋହିତ ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଶୁଭମନ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ (୯୧ ରନ) ହାସଲ କରିଥିଲେ ସୁଦ୍ଧା ଶତକରୁ ବଞ୍ଚିତ ହୋଇଥିଲେ । ଚେତେଶ୍ବର ପୂଜାରା ଧୌର୍ଯ୍ୟର ବ୍ୟାଟିଂ ଜାରି ରଖି ଶୁଭମାନ ଗିଲଙ୍କୁ ଭରପୁର ସହଯୋଗ କରିଥିଲେ । ପୂଜାରା ୨୧୧ ବଲ ଖେଳି ୫୬ ରନ କରି ଆଉଟ ହୋଇଥିଲେ । ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୨୨ ବଲରୁ ୨୪ ରନ କରି ଆଉଟ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ ୯ ରନ, ଓ୍ବାଶିଂଟନ ସୁନ୍ଦର ୨୨ ଓ ସାର୍ଦୁଳ ଠାକୁର ୨ ରନ କରି ଆଉଟ ହୋଇଥିଲେ ।

ତେବେ ଶେଷ ଇନିଂସରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଋଷଭ ପନ୍ତ । ଚିରାଚରିତ ଢଙ୍ଗରେ ବ୍ୟାଟିଂ ଜାରି ରଖି ୧୩୮ ବଲରୁ ୮୯ ରନ୍‌ର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ପନ୍ତ । ଏହା ସହ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଟିମ୍‌କୁ ଚିତପଟାଙ୍ଗ କରିଛି ଟିମ ଇଣ୍ଡିଆ ।  

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍ସ୍ ୪ ଓ୍ବିକେଟ୍ ହାସଲ କରିଥିବା ବେଳେ ନାଥାନ ଲାୟନ ୨ଟି ଏବଂ ଜୋସ୍‌ ହେଜେଲଉଡ୍‌ ଗୋଟିଏ ଓ୍ବିକେଟ୍‌ ହାସଲ କରିଛନ୍ତି ।

   Related Posts