ଆଜି ୭୩ତମ ହିରୋସୀମା ଦିବସ

Published By : Prameya-News7 Bureau | August 06, 2018 IST

ଆଜି ବିଶ୍ବବ୍ୟାପୀ ୭୩ତମ ହିରୋସୀମା ଦିବସ ପାଳନ କରାଯାଉଛି। ୭୩ ବର୍ଷପୂର୍ବେ ଆଜିର ଦିନରେ ଜାପାନର ହିରୋସିମା ସହରରେ ଆମେରିକା ଆଣବିକବୋମା ଲିଟିଲ ବୟକୁ ପକାଇଥିଲା। ନିମିଷକରେ ହିରୋସିମାରେ ୮୦ ହଜାର ଲୋକ ପୋକମାଛି ପରି ଝଡିପଡିଥିଲେ। ଦ୍ବିତାୟ ବିଶ୍ବଯୁଦ୍ଧ ସମୟରେ ଅଗଷ୍ଟ ୬ ୧୯୪୫ ମସିହା ସକାଳ ୮ଟାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ସେଦିନର ଭୟାଭୟ ଛାତିଥରା ଦୃଶ୍ୟକୁ ଆଜି ବି ଦେଖିଲେ ଲୋମ ଟାଙ୍କୁରି ଉଠୁଛି। ଆମେରିକାର ଆକ୍ରମଣରେ ସେଦିନ ହିରୋସିମାର ୩୦ ପ୍ରତିଶତର ଲୋକେ ସେହିମୁହୁର୍ତ୍ତରେ ପ୍ରାଣ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.