ଖୋଲିବ ହୀରାକୁଦ ଗେଟ ; ହୀରାକୁଦ ଜଳସ୍ଥର ରହିଛି ୬୧୭.୬୦ ଫୁଟ

Published By : Prameya-News7 Bureau | July 24, 2018 IST

ପାଣି କମୁଚି ହେଲେ ବିପଦ ଟଳିନି | ଆଜି ଖୋଲିବା ହୀରାକୁଦ ଗେଟ | ୩୬ ଘଂଟାରେ ମୁଣ୍ଡୁଳିରେ ପହଂଚିବା ପାଣି | ନରାଜ ଠାରେ ବିପଦ ସଂକେତ ତଳେ ମହାନଦୀ, ଆଖୁଆପଦାରେ ବିପଦ ସଂକେତ ତଳେ ବୈତରଣୀ | ହୀରାକୁଦରେ ବୈତରଣୀ ପାଣି ପହଁଚିଲେ ବନ୍ୟା ବିପଦ ରହିଛି ବୋଲି ସୂଚନା ମିଳିଛି | ମହାନଦୀ, ଦେବୀ, ଇବ ଓ ବ୍ରାହ୍ମଣୀରେ ବନ୍ୟା ଆସିବାର ଆଶଙ୍କା କରାଯାଇଛି | ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକରେ ଲୋକଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି | ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି | ମହାନଦୀ, କାଠଯୋଡ଼ି ତଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି | ୬ ଜିଲ୍ଲାରେ ୨୫୨ ଜଣ ଏନଡ଼ିଆରଏଫ ଯବାନଙ୍କୁ ମୃତୟନ କରାଯାଇଛି | ଉଦ୍ଧାର କାର୍ଯ୍ୟ ପାଇଁ ୬ ଜିଲ୍ଲାରେ ଓଡ୍ରାଫ ଟିମ ମୃତୟନ କରାଯାଇଛି | ଆସନ୍ତା ୨୯ରେ ଆଉ ଗୋଟିଏ ଲଘୁଚାପ ହେବ ଏବଂ ଏଥିନେଇ ଦୁର୍ଦଶା ମଧ୍ୟ ବଢିପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି | ଉପରେ ମୁଣ୍ଡରେ ବର୍ଷା ହେଲେ ତଳ ମୁଣ୍ଡରେ ବନ୍ୟା ହେବାର ଆଶଙ୍କା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.