ହୀରାକୁଦ ଜଳଭଣ୍ଡାର ସ୍ଥିତି : ପ୍ରବେଶ କରୁଛି ୬୯ ହଜାର ୭୧୪ କ୍ୟୁସେକ୍ ଏବଂ ନିଷ୍କାସିତ ହେଉଛି ୨ହଜାର ୬୧୯ କ୍ୟୁସେକ୍ ଜଳ

Published By : Prameya-News7 Bureau | August 08, 2019 IST

ସମ୍ବଲପୁର ୮|୮: ହୀରାକୁଦ ଜଳଭଣ୍ଡାର ସ୍ଥିତିରେ ସୁଧାର ଆସିଛି । ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଜଳଭଣ୍ଡାର ଭିତରକୁ ଅଧିକ ଜଳ ପ୍ରବେଶ କରିବାରେ ଲାଗିଛି । ଆଜି ଜଳଭଣ୍ଡାରର ଜଳସ୍ତର ୬୦୩.୩୧ ରହିଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୯ ହଜାର ୭୧୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ, ୨ହଜାର ୬୧୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଲଗାତାର ଦ୍ବିତୀୟ ଦିନରେ ମଧ୍ୟ ହୀରାକୁଜ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ କୌଣସି ପାଣି ଛଡାଯାଇନଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ହେଲେ ବରଗଡ କେନାଲ ଓ ଶାସନ କେନାଲକୁ ୨ହଜାର ୪୪୮ କ୍ୟୁସେକ୍‌ ଜଳ ଛଡାଯାଇଥିବାରୁ ତଳମୁଣ୍ଡରେ କେନାଲ ପାଣି ପହଞ୍ଚିଛି।

ମହାନଦୀ ତଳମୁଣ୍ଡର ବେଲ୍‌ଗାଁଓ, ପଥର୍ଲା, ଖଇରମାଲ୍‌, ବରମୂଳ ଓ ମୁଣ୍ଡଳିରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ହେଲେ ଉପରମୁଣ୍ଡରେ ବର୍ଷା ଲାଗିରହିବା ସହ, ଉଭୟ କାଲୋ ଓ କଲ୍‌ମା ବ୍ୟାରେଜ୍‌ରେ ଗେଟ୍‌ ଖୋଲିରେ, ହୀରାକୁଦ ଜଳଭଣ୍ଡାରର ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି, ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.