ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ: ଫୁଲିଲାଣି ମହାନଦୀ, ଭଟ୍ଟାରିକାଙ୍କ ମନ୍ଦିରରେ ସୁଅ କାଟିଲା ପାଣି, ପାହାଡ ଉପରେ ମା’ଙ୍କର ପୂଜାର୍ଚ୍ଚନା

Published By : Prameya-News7 Bureau | August 14, 2019 IST

ସମ୍ବଳପୁର ୧୪/୮: ସେପଟେ ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଫୁଲିଲାଣି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଛି। ପ୍ରଥମ ବନ୍ୟା ଜଳ ଦେଖିବା ପାଇଁ ହୀରାକୁଦ ଡ୍ୟାମରେ ଲୋକଙ୍କ ଭିଡ ଜମିଛି । ସେପଟେ ତଳ ମୁଣ୍ଡରେ ବର୍ଷା ଏବଂ ହୀରାକୁଦ ପାଣି ଛାଡ଼ିବାକୁ ନେଇ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହେଲେଣି।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୁଣ୍ଡୁଳିରେ ଜଳସ୍ତର ବଢ଼ିବା ଆଶଙ୍କା ରହିଛି।

{"id":144387}

ଦିନ ୧୧ ଟା ୨୬ ।  ହୀରାକୁଦ ଜଳଭଣ୍ଡାରର ୭ ନମ୍ବର ସ୍ଲୁଇସ୍ ଗେଟରୁ ଗୁରୁ ଗଜର୍ନ କରି ବାହାରିଥିଲା ବନ୍ୟାଜଳ।  ଧୂଆଁଳିଆ ଦେଖାଯାଉଥିଲା ଫୁକାର ।  ହୀରାକୁଦରୁ ନିଷ୍କାସିତ ହୋଇଥିଲା ପ୍ରଥମ ବନ୍ୟାଜଳ।   ୨ ଘଣ୍ଟା ଧରି ଜଳ ନିଷ୍କାସନ ପରେ ଗେଟ୍ ବନ୍ଦ କରିଦିଆଯାଇଛି ।    ପରେ ଜଳ ପରିମାରଣକୁ ଦେଖି କେବେ ଏବଂ କେତୋଟି ଗେଟ୍‌ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଅପରାହ୍ନ ୪ ଟା ସୁଦ୍ଧା ଜଳସ୍ତର ଥିଲା ୬୧୯.୧୨ ଫୁଟ।

{"id":144388}

ଲଗାଣ ବର୍ଷା, ହୀରାକୁଦରୁ ଜଳ ନିଷ୍ପାସନ ପରେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ବଢିଯାଇଛି । ମହାନଦୀରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ଆଲର୍ଟ କରାଯାଇଛି । ନରାଜ ଏବଂ ଜତସିଂହପୁର ଦେବୀ ନଦୀର ଆଲିପିଙ୍ଗଳ ଠାରେ ବନ୍ୟା ଜଳ ବିପଦ ସଂକେତ ଟପିବା ଆଶଙ୍କା କରାଯାଇଛି । ନରାଜରେ ଗୁରୁବାର ସୁଦ୍ଧା ୨୬ ଦଶମିକ ୭୫ ମିଟର ଜଳ ପ୍ରବାହିତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଫଳରେ ଜଗତସିଂହପୁର ଜିଲ୍ଲାରେ ବନ୍ୟା ଆସିପାରେ । ଏପରି ସ୍ଥିତିକୁ ଦେଖି ହୀରାକୁଦ ଗେଟ୍ ବନ୍ଦ କରିଦିଆଯାଇଥିବା କୁହାଯାଇଛି ।

{"id":144389}

ମହାନଦୀରେ ଜଳସ୍ତର ବଢିବା କାରଣରୁ ମହାନଦୀ କୂଳରେ ଅବସ୍ଥିତ ଅନୁଗୁଳ ଜିଲ୍ଳାର ଟିକରପଡା, ମଝିପଡା, ବେହରାସାହି, ଗଇନ୍ଦି ଆଦି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ତେବେ ତୁରନ୍ତ ଏ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଟିମ୍ ପଠାଯାଇଛି।  ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠର ମନ୍ଦିରେ ଭିତରେ ସୁଅ କାଟୁଛି ପାଣି ।ବନ୍ୟା ପାଣି ପଶିବା ଫଳରେ ମା’ଙ୍କ ବିଗ୍ରହକୁ ପାହାଡ ଉପରେ ପୂଜାର୍ଚ୍ଚନା କରାଯାଉଛି । ବାଙ୍କୀରେ ମଧ୍ୟ ଅନୁରୂପ ସ୍ଥିତି । ଏଠି ବ୍ରିଜ୍ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତିଗିରିଆ-ସୁବର୍ଣ୍ଣପୁର, ରତାଗଡ, ଖଣ୍ଡହତା ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି ।  ଶହ ଶହ ଏକର ଚାଷ ଜମି ପାଣିରେ ବୁଡି ଯାଇଛି ।

{"id":144390}

ସେପଟେ ପଟ୍ଟାମୁଣ୍ଡାଇରେ ଅଳ୍ପକେ ବର୍ତି ଯାଇଛନ୍ତି ୨୦ ଡଙ୍ଗା ଯାତ୍ରୀ ।  ଆଳି ଡିମିରିପାଳ ପଂଚାୟତ କାଣି ନଦୀ ମଧୁବନ ନିକଟରେ ଭାରସାମ୍ୟା ହରାଇ ଏକ ଡଙ୍ଗା ଓଲଟି ପଡିଥିଲା । ଡଙ୍ଗାରେ କିଛି ସ୍କୁଲ ପିଲାଙ୍କୁ ମିଶାଇ ୨୦ ଯାତ୍ରୀ ଥିଲେ । କୂଳ ନିକଟରେ ଡଙ୍ଗାଟି ଓଲଟିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

{"id":144391}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.