Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍, ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଥିଲା

18/09/2020 at 4:48 PM

ସମ୍ବଲପୁର, ୧୮|୦୯ :  ଦୀର୍ଘଦିନ ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ । ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯାଇଥିଲା ।

ଜଳଭଣ୍ଡାରକୁ ଜଳପ୍ରବେଶ, ଜଳଭଣ୍ଡାରର ଜଳସ୍ତର, ଜଳ ପରିଚାଳନା ନେଇ ରୁଲକର୍ଭକୁ ଆଧାର କରି ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକ ବନ୍ଦ ହୋଇଥିଲା । ଗୋଟିଏ ପରେ ଗୋଟିଏ ହିସାବରେ ୪୪ ଗେଟ୍ ବନ୍ଦ ହେଲା ପରେ ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡାଯାଉଥିଲା ।

ପରବର୍ତ୍ତୀ ମୁହୂର୍ତ୍ତରେ ଗୋଟିଏ ଓ ଶକ୍ରବାର ଗୋଟିଏ ଗେଟ୍ ବନ୍ଦ ହେଲା ପରେ ସମସ୍ତ ଗେଟ୍ ବନ୍ଦ ରହିଛି । ତେବେ ସବୁ ଗେଟ୍ ବନ୍ଦ ହେଲା ପରେ ଜଳଭଣ୍ଡାରର ଜଳସ୍ତର ୬୨୮.୧୫ ଫୁଟ୍ ରହିଛି ।  ବର୍ତ୍ତମାନ ଜଳଭଣ୍ଡାରକୁ ୩୬୩୩୪ ଘନଫୁଟ ପାଣି ପ୍ରବେଶ କରୁଛି । କିନ୍ତୁ କେନାଲ୍, କାରଖାନା, ବିଦ୍ୟୁତ ଉତ୍ପାଦନ ପାଇଁ ୩୬୩୩୪ ଘନ ଫୁଟ୍ ପାଣି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ଛଡାଯାଉଛି ।   

   Related Posts