ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ, ୪୮ଘଣ୍ଟାପରେ ପାଣି ପହଞ୍ଚିବ ମୁଣ୍ଡୁଳି...

Published By : Prameya-News7 Bureau | August 13, 2019 IST

ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସକାଳ ୧୧ଟା ପରେ ଯେ କୌଣସି ମୂହୁର୍ତ୍ତରେ ଖୋଲିବ ଗେଟ୍ । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ, ଜଳଭଣ୍ଡାର ଭିତରକୁ ପ୍ରବଳ ବେଗରେ ଜଳ ପ୍ରବେଶ କରୁଛି। ତେଣୁ ହୀରାକୁଦ ନଦୀବନ୍ଧ ରୁଲ୍‌କର୍ଭ ଅନୁଯାୟୀ ଏହି ଜଳନିଷ୍କାସନ କରାଯିବାକୁ ନଦୀବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

{"id":143938}

ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ଛଡାଯିବ। ମହାନଦୀର ଉପର ମୁଣ୍ଡରେ ବର୍ଷା ଲାଗିରହିଥିବାରୁ, ଉଭୟ କଲ୍‌ମା ଓ କାଲେ ବ୍ୟାରେଜ୍‌ର ସମସ୍ତ ଗେଟ୍‌ ବନ୍ଦ ରହିଥିଲେ ମଧ୍ୟ,ଜଳଭଣ୍ଡାର ଭିତରକୁ ବହୁମାତ୍ରାରେ ଜଳପ୍ରବେଶ କରୁଛି ।

{"id":143939}

ଆଜି ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୬.୮୭ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ଲକ୍ଷ ୧୨ହଜାର ୨୦୧ ଏକ କ୍ୟୁସେକ୍‌ ଜଳ ପ୍ରବେସ କରୁଥିବା ବେଳେ, ପ୍ରତି ସେକେଣ୍ଡରେ ୧୬ହଜାର ୮୬୫ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ସୁରକ୍ଷା ଓ ଜଳପରିଚାଳନା ରୁଲ୍‌ କର୍ଭ ଅନୁଯାୟୀ, ବନ୍ୟାଜଳ ନିଷ୍କାସନ କରାଯିବାକୁ ନଦୀବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

{"id":143945}

ହେଲେ ମହାନଦୀ ତଳମୁଣ୍ଡରେ ଯେପରି ବନ୍ୟାପରିସ୍ଥିତି ସୃଷ୍ଟି ନହେବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳକୁ ଆଖି ଆଗରେ ରଖି, ପ୍ରଥମେ ତିନୋଟି ଗେଟ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ମହାନଦୀର ତଳମୁଣ୍ଡରେ ଥିବା ସମସ୍ତ ୬ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସୂଚନା ପ୍ରଦାନ କରାଯାଇଥିବାବେଳେ,ସମ୍ବଲପୁର ସହର ସମେତ ତଳମୁଣ୍ଡରେ ମାଇକ୍‌ ଯୋଗେ ପ୍ରଚାର କରାଯିବା ସହ,ସମସ୍ତଙ୍କୁ ସର୍ତକ କରାଯାଇଛି

{"id":143946,"width":590,"height":325}

ଜଳଭଣ୍ଡାରରୁ ତିନୋଟି ସୁଇସ୍‌ ଗେଟ୍‌ ଦେଇ ଜଳନିଷ୍କାସନ କରାଯିବା ପରେ, ଏହା ମୁଣ୍ଡୁଳୀ ନିକଟରେ ପହଞ୍ଚିବାକୁ ପ୍ରାୟ ୪୮ଘଣ୍ଟା ସମୟ ଲାଗିବ। ସେହି ସମୟରେ ତଳମୁଣ୍ଡରେ ବର୍ଷା, ଓ ବନ୍ୟା ପରିସ୍ଥିତି ଦେଖି, ପ୍ରତି ୩ଘଣ୍ଟାରେ ସ୍ଥିତିର ସମୀକ୍ଷା କରାଯିବ। ଜଳଭଣ୍ଡାରର ସ୍ଥିତି,ଜଳପ୍ରବେଶର ମାତ୍ରା ଓ ତଳମୁଣ୍ଡରେ ମୁଣ୍ଡୁଳୀ ଠାରେ ବନ୍ୟାଜଳ ସମୁଦ୍ରକୁ ନିଷ୍କାସିତ ହେବାପରେ, ପର୍ଯ୍ୟାୟ କ୍ରମେ ଅଧିକ ସୁଇସ୍‌ ଗେଟ୍‌ ଖୋଲାଯାଇ ଜଳ ଛଡାଯିବ କି, ଖୋଲାଥିବା ଗେଟ୍‌ ବନ୍ଦ କରାଯିବ ତାହା ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ।

{"id":143947}

ଚଳିତବର୍ଷ ପ୍ରାୟ ୨୧ଦିନ ବିଳମ୍ବରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ମହାନଦୀ ଉପରମୁଣ୍ଡରେ ଜୁଲାଇମାସ ଓ ଅଗଷ୍ଟମାସ ପ୍ରଥମ ସପ୍ତାହରେ କମ୍‌ ବର୍ଷା ହେବା ଏବଂ ଛତିଶଗଡ ସରକାର ଉଭୟ କାଲୋ ଓ କଲ୍‌ମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ବନ୍ଦ କରିଦେଇଥିବାରୁ, ଜଳଭଣ୍ଡାର ଭିତରକୁ ଜଳପ୍ରବେଶ ବିଳମ୍ବ ହେଲା ବୋଲି, ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି ।

{"id":143948}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.