ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ରହିଛି ୬୧୪ ଫୁଟ୍

Published By : Prameya-News7 Bureau | June 22, 2020 IST

ସମ୍ବଲପୁର ୨୨।୬: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ମହାନଦୀ ଉପରମୁଣ୍ଡରେ ବର୍ଷା ଓ ଇବ୍ ନଦୀରେ ପାଣି ଆସିବାରୁ ଜଳସ୍ତର ବୃଦ୍ଧି ପାଉଛି । ଆଜିର ରିପୋର୍ଟ ଅନୁସାରେ ୬୧୪ ଫୁଟ୍ ପାଣି ଗଚ୍ଛିତ ରହିଛି । ଏହାସହ ପ୍ରତି ସକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୫ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେପଟେ ଜଳଭଣ୍ଡାରରୁ ୧୪ ହଜାର ୨୧୩ କ୍ୟୁସେକ୍ ପାଣି ଛଡାଯାଉଛି ।

ତେବେ ବର୍ଷା ଓ ଜଳଭଣ୍ଡାରର ପାଣି ବୃଦ୍ଧିକୁ ନଜରରେ ରଖି ଚଳିତ ଥର ଶୀଘ୍ର ଗେଟ୍ ଖୋଲିବାର ସମ୍ଭାବନା ଅଛି । ଅନ୍ୟପକ୍ଷରେ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଅଧିକ ପାଣି ଗଚ୍ଛିତ ଥିଲା । ଏହାସହ ଗତ କିଛି ଦିନ ଧରି ମହାନଦୀର ବେସିନ୍ ଏରିଆ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ଯାହା ଶୀଘ୍ର ଗେଟ୍ ଖୋଲିବାର ମୁଖ୍ୟ କାରଣ ରହିଛି । ପୂର୍ବରୁ ତଳ ମୁଣ୍ଡର ଜିଲ୍ଲାଗୁଡିକୁ ସତର୍କ ରହିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.