Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ମାତ୍ର ୧୦ ଗେଟ ଦେଇ ହୀରାକୁଦରୁ ହେଉଛି ଜଳ ନିଷ୍କାସନ: ଟଳିଛି ବନ୍ୟା ଆଶଂକା

3/09/2018 at 12:27 PM

ସମ୍ବଲପୁର ୩|୯: ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ଜାରି ରହିଛି।ବାମ ପାର୍ଶ୍ବରେ ୭ଟି ଗେଟ୍ ଓ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୪.୭୭ ଫୁଟ ରହିଛି।ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୬୫ ହଜାର ୪୬୫ ଘନଫୁଟ ଜଳ ।ସେହିଭଳି ନିଷ୍କାସିତ ହେଉଛି ୧ ଲକ୍ଷ ୭୪ ହଜାର ୩୪୩ ଘନଫୁଟ ଜଳ ।ଫଳରେ ମହାନଦୀରେ ବନ୍ୟା ଆଶଂକା ବର୍ତ୍ତମାନ ପାଇଁ ନାହିଂ ବୋଲି କୁହାଯାଇପାରିବ । ତେବେ ଲଗାଣ ବର୍ଷାଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ଜଳବନ୍ଦୀ ପରିସ୍ଥିତି ଲାଗିରହିଛି । ଆଗକୁ ାହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ପରିସ୍ଥିତି ଉତ୍କଟ ହେବା ଆଶଂକା କରାଯାଉଛି । ଜଳବନ୍ଧୀ ପରିସ୍ଥିତ ଯୋଗୁଁ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ରହିଛି ।

   Related Posts