ହୀରାକୁଦ ଜଳଭଣ୍ଡାରର ୧୮ଟି ଗେଟ୍ ଖୋଲା, ଜଳସ୍ତର ୬୧୯.୩୯ ଫୁଟ୍

Published By : Prameya-News7 Bureau | August 24, 2020 IST

ସମ୍ବଲପୁର ୨୪।୮: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୩୯ ଫୁଟ୍ ରହିଛି । ୧୮ଟି ଗେଟ୍ ଦେଇ ବନ୍ୟାଜନ ନିଷ୍କାସିତ ହେଉଛି । ଆଜି ୧୮ଟି ଗେଟ୍ ଦେଇ ୨ ଲକ୍ଷ ୯୮ ହଜାର ୧୪୫ କ୍ୟାସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୮୮ ହଜାର ୬୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରକୁ ଜଳପ୍ରବେଶକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୮ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।

ସେପଟେ ହୀରାକୁଦ ଗେଟ୍ ତଳମୁଣ୍ଡ ସମ୍ବଲପୁରରେ ମହାନଦୀ କୂଳରେ ଥିବା ଛୋଟ ଛୋଟ ଗଛ ବୁଡିବାକୁ ଲାଗିଥିବାବେଳେ କୂଳରେ ଲାଗୁଛି ପାଣି । ତେବେ ଏହାକୁ ଦେଖିବା ପାଇଁ ଲୋକେ ମହାନଦୀ କୂଳକୁ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.